ଓଡିଶା

odisha

କୋରୋନା ଭାଇରସ: କନିକାଙ୍କ ମାମଲାରେ ତାପସୀଙ୍କ ବୟାନ

By

Published : Mar 26, 2020, 8:02 AM IST

Updated : Mar 26, 2020, 10:16 AM IST

ସାରା ଦୁନିଆରେ ବଲିଉଡ ଗାୟିକା କନିକା କପୁରଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଏବେ ତାଙ୍କ ବିରୋଧରେ କହିଛନ୍ତି ତାପସୀ ପନ୍ନୁ। ସେ ତାଙ୍କ ସ୍ଥାନରେ ଥିଲେ ଏମିତି କରିନଥାଆନ୍ତେ ବୋଲି ଜଣାଇଲେ।

_taapsee pannu
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଫେମସ ଗାୟିକା କନିକା କପୁରଙ୍କ ତୃତୀୟ ରିପୋର୍ଟ ମଧ୍ୟ ପଜେଟିଭ ବାହାରିଛି। ଆଉ ତାଙ୍କ ସଂସ୍ପର୍ଶରେ ଆସିଥିବା 262 ଜଣ ଲୋକଙ୍କ ମଧ୍ୟରୁ 63 ଜଣଙ୍କ ମେଡିକାଲ ରିପୋର୍ଟ ନେଗେଟିଭ ଆସିଛି। ସଂକ୍ରମିତ ଖବର ସମସ୍ତଙ୍କୁ ଲୁଚାଇ ଥିବାରୁ କିଛି ଦିନ ହେବ କନିକାଙ୍କ ଖୁବ୍ ସମାଲୋଚନା ଚାଲିଛି।

ନିକଟରେ କିଛି ସେଲିବ୍ରିଟି ତାଙ୍କର ସମାଲୋଚନା କରିଥିବା ବେଳେ ଆଉ କିଛି ତାଙ୍କ ସପୋର୍ଟରେ ବାହାରିଥିଲେ । ଆଉ ଏବେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ କନିକାଙ୍କ ମାମଲାରେ ବୟାନ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହା ବହୁତ ଖରାପ ହୋଇଛି। ଯଦି ତାଙ୍କୁ ସଂକ୍ରମିତ କଥା ଜଣା ନଥିଲା ତେବେ ଏହା ଭିନ୍ନ କଥା। ହେଲେ ଯଦି ସେ ସବୁ ଜାଣି ଲୋକଙ୍କ ସହ ସାକ୍ଷାତ କରିଥିଲେ ତାହାଲେ ଏହା ନୈରାଶ୍ୟଜନକ। ତାଙ୍କୁ ସବୁ ଜିନିଷକୁ ମହତ୍ତ୍ବ ଦେବାର ଥିଲା।

କନିକା କହିଥିଲେ ସେ ଚେକଅପ ପାଇଁ ଯାଇଥିଲେ, ହେଲେ ତାଙ୍କ ଚେକଅପ ହୋଇପାରିନଥିଲା । ଯଦି ତାଙ୍କୁ କୌଣସି ସନ୍ଦେହ ଥିଲା ତେବେ ସେ ନିଜକୁ ଆଇସୋଲେସନରେ ରଖିପାରିଥାଆନ୍ତେ ବୋଲି କହିଥିଲେ ତାପସୀ। ପ୍ରକାଶ ଥାଉକି କନିକାଙ୍କ ଟେଷ୍ଟ ପଜେଟିଭ ଆସିବା ପରେ ତାଙ୍କୁ ଲକ୍ଷ୍ନୌର ପିଜିଆଇ ମେଡିକାଲରେ ଆଇସୋଲେସନ ୱାର୍ଡରେ ରଖାଯାଇଛି।

Last Updated : Mar 26, 2020, 10:16 AM IST

ABOUT THE AUTHOR

...view details