ଓଡିଶା

odisha

ETV Bharat / sitara

ରଙ୍ଗୋଲୀଙ୍କୁ ନେଇ ତାପସୀଙ୍କ ପାଲଟା ଜବାବ

କିଛି ଦିନ ହେବ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ସୋସିଆଲ ମିଡିଆରେ ସମସ୍ତଙ୍କ ଆଲୋଚନା କରିବାରେ ଲାଗିଛନ୍ତି । ନିକଟରେ ତାପସୀଙ୍କୁ ଶସ୍ତା ଅଭିନେତ୍ରୀ କହିଥିଲେ ରଙ୍ଗୋଲୀ, ଯାହାର ଜବାବ ଏବେ ରଖିଛନ୍ତି ତାପସୀ ।

ଡିଜାଇନ ଫଟୋ

By

Published : Jul 15, 2019, 10:10 AM IST

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ପରିଶେଷରେ ବି-ଟାଉନ କୁଇନ କଙ୍ଗନା ରଣାୱତ ଓ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ନିକଟରେ କଙ୍ଗନା ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଟ୍ରେଲର ପ୍ରଶଂସା କରି ରଙ୍ଗୋଲୀଙ୍କ ଟାର୍ଗେଟରେ ଆସିଥିଲେ ତାପସୀ । ଆଉ ସୋସିଆଲ ମିଡିଆରେ ତାପସୀଙ୍କୁ ଶସ୍ତା କପି କହି ଆଲୋଚନା କରିଥିଲେ ରଙ୍ଗୋଲୀ । ଏହି ବିବାଦ ପରେ ତାପସୀ ମୌନ ବ୍ରତ ପାଳନ କରିଆସୁଥିଲେ । କିନ୍ତୁ ଏବେ ଲାଗୁଛି ସେ ରଙ୍ଗୋଲୀଙ୍କୁ ଛାଡିବା ମୁଡରେ ନାହାଁନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯଦି କେହି ଜଣେ ବ୍ୟକ୍ତିଙ୍କୁ ଟ୍ରୋଲ କରୁଛନ୍ତି, ତେବେ ଏହାର ଅର୍ଥ ହେଲା କି ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପାଇଁ ମହତ୍ବ ରଖୁଛି ।

ସେ ନିଜ କାମରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଆଉ ଏପରି ଶସ୍ତା ପବ୍ଲିସିଟି ଉପରେ ସମୟ ଖର୍ଚ୍ଚ କରିବା ଉପରେ ବିଶ୍ବାସ ରଖନ୍ତି ନାହିଁ ବୋଲି କହିଛନ୍ତି ତାପସୀ । ପ୍ରକାଶ ଥାଉକି ଶୁକ୍ରବାର ଏକ ରେଡିଓ ଷ୍ଟେସନ ଦ୍ବାରା ଫଣ୍ଡ ସମ୍ପୃକ୍ତ କରିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ତାପସୀ । ଏହାସହ ସେ କ୍ୟାନ୍ସରରେ ଜଡିତ ପିଲାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଇତିମଧ୍ୟରେ ସେ ମିଡିଆ ସହ କଥାବାର୍ତ୍ତା କରି କଙ୍ଗନା ଓ ରଙ୍ଗୋଲୀଙ୍କୁ ନେଇ ଏପରି କଥା କହିଥିଲେ ।

ପ୍ରକାଶ ଥାଉକି ରଙ୍ଗୋଲୀ ଓ କଙ୍ଗନାଙ୍କ ଟାର୍ଗେଟରେ କେବଳ ତାପସୀ ଆସିନାହାଁନ୍ତି । କିଛି ଦିନ ହେବେ ସେ ବିଭିନ୍ନ କଳାକାରଙ୍କ ଉପରେ ଟିପ୍ପଣୀ କରି ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ।

ABOUT THE AUTHOR

...view details