ଓଡିଶା

odisha

ETV Bharat / sitara

ହ୍ରିତିକଙ୍କୁ ଖୁଲମଖୁଲା ପ୍ରେମ ନିବେଦନ କଲେ ପନ୍ନୁ ସିଷ୍ଟର୍ସ - ହ୍ରିତିକଙ୍କ ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହେ’

ସୋସିଆଲ ମିଡିଆରେ ତାପସୀ ଓ ହ୍ରିତିକଙ୍କ ପ୍ରେମଭରା ପ୍ରତିକ୍ରିୟା । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 8, 2020, 5:13 PM IST

ମୁମ୍ବାଇ: ନିଜ ଦମଦାର ଅଭିନୟ ଜରିଆରେ ବହୁତ କମ୍ ସମୟରେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିଥିବା ତାପସୀ ପନ୍ନୁଙ୍କ ଚର୍ଚ୍ଚା । ସେ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଆଜ୍ଞା ହଁ, ସେ ଖୁଲମଖୁଲା ସୋସିଆଲ ମିଡିଆରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ପ୍ରେମ ନିବେଦନ କରିଛନ୍ତି । ତାପସୀଙ୍କ ଏହି ପ୍ରେମଭରା ମେସେଜ ଯେବେ ହ୍ରିତିକଙ୍କ ପାଖରେ ପହଞ୍ଚିଲା ତେବେ ସେ ମଧ୍ୟ ଏଥିରେ ଶାନଦାର ପ୍ରତିକ୍ରିୟା ଦେଇଥିଲେ । ବର୍ତ୍ତମାନ ଦୁଇଜଣଙ୍କ ଏହି ସୋସିଆଲ ମିଡିଆ ପ୍ରେମ ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି ।

କଥାଟି ହେଲା ଯେ ଲକଡାଉନରେ ନିଜ ଘରେ ଥିବା ତାପସୀ ଭଉଣୀ ସଗୁନ ପନ୍ନୁଙ୍କ ସହ ମିଶି ହ୍ରିତିକଙ୍କ ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହେ’ ପୁଣିଥରେ ଟିଭିରେ ଦେଖିଥିଲେ । ଯାହାପରେ ଦୁଇ ଭଉଣୀ ଇନଷ୍ଟାଷ୍ଟୋରିରେ ଦୁଇଟି ଫଟୋ ସେୟାର କରି ହ୍ରିତିକଙ୍କୁ ନିଜ ପ୍ରେମ ନିବେଦନ କରିଥିଲେ ।

ସେହିପରି ଫଟୋରେ ଦୁଇ ଭଉଣୀ ଲେଖିଥିଲେ, ‘ଆମ ଘରେ ହ୍ରିତିକ ରୋଶନଙ୍କ କଥା କେବେ ଶେଷ ହୁଏନାହିଁ । ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଆମେ କେବଳ ତଙ୍କ ବିଷୟରେ କଥା ହୋଇଥାଉ ।’

ସେପଟେ ହ୍ରିତିକ ପ୍ରତିକ୍ରିୟା ଦେଇ ତାପସୀଙ୍କ ଫଟୋ ଇନଷ୍ଟା ୱାଲରେ ସେୟାର କରି ଲେଖିଛନ୍ତି, ‘ଏକଦମ ଠିକ୍, ଆପଣଙ୍କ ପ୍ରଶଂସା ମୋ ମୁହଁରେ ହସାଇ ଫୁଟାଇ ଦେଲା ।’

ABOUT THE AUTHOR

...view details