ଓଡିଶା

odisha

‘ଡ୍ରିମ ଗାର୍ଲ’ ନିର୍ଦ୍ଦେଶକଙ୍କୁ ସ୍ବରାଙ୍କ କଡା ଜବାବ

By

Published : Jan 7, 2020, 5:50 PM IST

ପୁଣି ସ୍ବରା ଭାସ୍କକରଙ୍କୁ ନେଇ ଚର୍ଚ୍ଚା । ଏଥର ସୋସିଆଲ ମିଡିଆରେ ବି-ଟାଉନର ଫେମସ ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟଙ୍କ ସହ ସ୍ବରାଙ୍କ ଝଗଡା ଦେଖିବାକୁ ମିଳୁଛି ।

swara bhasker reacted
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର କଣ୍ଟ୍ରୋଭର୍ସି ଆକ୍ଟ୍ରେସ ସ୍ବରା ଭାସ୍କର ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଆସିଥାଆନ୍ତି । ସେ କେବେ ମଧ୍ୟ ସାମାଜିକ ଓ ରାଜନୈତିକ ପ୍ରସଙ୍କ ଉପରେ କହିବାର ସୁଯୋଗ ଛାଡନ୍ତି ନାହିଁ । ରବିବାର ହୋଇଥିବା ଜେଏନୟୁ ଆକ୍ରମଣର ବିରୋଧ କରିବା ପରେ ଏବେ ସ୍ବରାଙ୍କ ଟାର୍ଗେଟରେ ଆସିଛନ୍ତି ‘ଡ୍ରିମ ଗାର୍ଲ‘ର ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟ । ସେ ନିଜ କଡା ଜବାବରେ ରାଜଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

କଥାଟି ହେଲା ଯେ ଜେଏନୟୁ ବିବାଦ ଉପରେ ନିଜ ପ୍ରତିକ୍ରିୟା ରଖୁଥିବା ସ୍ବରାଙ୍କୁ ରାଜ ଫେସବୁକ ପୋଷ୍ଟରେ ଶସ୍ତା ଜିନିଷ କହିଥିଲେ । ଯାହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ସ୍ବରା । ଆଉ ସଙ୍ଗେ ସଙ୍ଗେ ସ୍ବରା ଟ୍ବିଟରେ ରାଜଙ୍କ ଏହି ଫେସବୁକ ପୋଷ୍ଟ ସ୍କ୍ରିନସଟ ସେୟାର କରିଥିଲେ । ଯେଉଁଥିରେ ରାଜ ଲେଖିଥିଲେ ଯେ ଶସ୍ତା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।

ଏହି ଆପତ୍ତିଜନକ ଟ୍ବିଟ ଉପରେ କଡା ଜବାବ ଦେଇଥିଲେ ସ୍ବରା । ସେ ଟ୍ବିଟରେ ଲେଖିଥିଲେ, ‘ଆଗକୁ ରୋଲ ଅଫର କରିବା ଏବଂ ନିଜ ଫିଲ୍ମର ଟ୍ରେଲରକୁ ସେୟାର କରିବା ଅନୁରୋଧ ମେସେଜ ପଠାଇବା ପୂର୍ବରୁ ଆପଣ ମଧ୍ୟ ଶସ୍ତା ବ୍ୟବହାର କରିବା ଭାବିବେ ନାହିଁ । ଗୁଡ ଲକ ସାର୍ ।’

ପ୍ରକାଶ ଥାଉକି ଏହି ବିବାଦ ଅଧିକା ବଢିବା ପରେ ରାଜ, ସ୍ବରାଙ୍କୁ କ୍ଷମା ମାଗିଥିଲେ । ସେ ଆଉ ଏକ ଟ୍ବିଟ କରି ଲେଖିଥିଲେ, ‘ମୋ କଥା ଯଦି ଆପଣଙ୍କୁ ଠିକ୍ ନଲାଗିଲା, ସେଥିପାଇଁ ହୃଦୟରୁ ଆପଣଙ୍କୁ କ୍ଷମା ମାଗୁଛି । ହେଲେ ଗୋଟିଏ ଅନୁରୋଧ ଆପଣଙ୍କୁ ମଧ୍ୟ ଯେତେବେଳେ ଆପଣ କାହା ବିଷୟରେ କହୁଛନ୍ତି ତେବେ ତାହା ଦେଶ ହେଉ କିମ୍ବା କେହି ବ୍ୟକ୍ତି ବିଶେଷ ଭାବିଚିନ୍ତି କୁହନ୍ତୁ । ଆଉ ରହିଲା ମୋ କଥା ଆଗାମୀ ରୋଲ ନିହାତି ଅଫର କରିବି । କାରଣ ମତେ ଆପଣଙ୍କୁ ଅଭିନେତ୍ରୀ ରୂପେ ରୋଲ ଦେବାରେ କୌଣସି ଆପତ୍ତି ନାହିଁ ।’

ABOUT THE AUTHOR

...view details