ମୁମ୍ବାଇ: କଣ୍ଟ୍ରୋଭର୍ସି ଆକ୍ଟ୍ରେସ ସ୍ବରା ଭାସ୍କର ସୋସିଆଲ ମିଡିଆରେ ନିଜ ପକ୍ଷ ରଖି ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ସ୍ବରା ଭାସ୍କର ଅନେକଥର ନିଜ ଟ୍ବିଟକୁ ନେଇ ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୁଅନ୍ତି । ନିକଟରେ ଏମିତି ହି କିଛି ଘଟିଛି ସ୍ବରାଙ୍କ ସହ ।
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର କଥାଟି ହେଲା କି ନିକଟରେ ଜଣେ ଟ୍ବିଟର ୟୁଜର ସୋସିଆଲ ମିଡିଆରେ ସ୍ବରାଙ୍କ ସହ ଦୁର୍ବ୍ୟବହାର କରିବା ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ସେମିତି ଦେଖିବାକୁ ଗଲେ ବି-ଟାଉନର ଅଭିନେତ୍ରୀ କଙ୍ଗନା ରଣାୱାତ ଓ ସ୍ବରା କେବେ ମଧ୍ୟ କାହାରିକୁ ସହଜରେ ଛାଡନ୍ତି ନାହିଁ । ଆଉ ନିଜ ବିଷୟରେ ଏତେ ଖରାପ ଶୁଣି ସ୍ବରା କେମିତି ଅବା ଛୁପ ବସିଥାଆନ୍ତେ ।
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର ସେ ମଧ୍ୟ ନିଜ ପ୍ରତିକ୍ରିୟା ରଖିବା ସହ ସେହି ୟୁଜରଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଭିଯୋଗ ମଧ୍ୟ କରିଛନ୍ତି । ଖାଲି ଏତିକି ନୁହେଁ ସ୍ବରାଙ୍କୁ ମୁମ୍ବାଇ ପୋଲିସ ଏହି ମାମଲାରେ ସାହାଯ୍ୟ ମଧ୍ୟ କରିଛନ୍ତି । ଯାହାନେଇ ମୁମ୍ବାଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସ୍ବରା ।
ପ୍ରକାଶ ଥାଉକି ସେହି ୟୁଜରଙ୍କ ବିରୋଧରେ ସ୍ବରା ଏକ ଟ୍ବିଟରେ ଲେଖିଥିଲେ, "ପାଗଳ, ଗର୍ବିତ, ଭାଗ୍ୟଶାଳୀ ରାଷ୍ଟ୍ରବାଦୀ ଏବଂ ହିନ୍ଦୁ ନିଜ ଶବ୍ଦ ଜରିଆରେ ନିଜର ଆଉ ମୋର ରାଷ୍ଟ୍ରକୁ ଲଜ୍ଜିତ କରୁଛନ୍ତି ।" ସେ ଏହି ଟ୍ବିଟକୁ ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଅଭିଯୋଗ କରିଥିଲେ ।
ସ୍ବରାଙ୍କ ଟ୍ବିଟ ଉପରେ ସଙ୍ଗେ ସଙ୍ଗେ ମୁମ୍ବାଇ ପୋଲିସ ପ୍ରତିକ୍ରିୟା ରଖି କାର୍ଯ୍ୟନୁଷ୍ଠାନ କରିବେ ବୋଲି ଆଶ୍ବସନା ଦେଇଥିଲେ । ମୁମ୍ବାଇ ପୋଲିସର ଏହି କାମରେ ଖୁସି ହୋଇ ସ୍ବରା ଆଉ ଏକ ଟ୍ବିଟ କରି ଲେଖିଥିଲେ, "2 ଘଣ୍ଟା ସୋସିଆଲ ମିଡିଆରେ ଆକ୍ଟିଭ ରହିବା ପାଇଁ ଏବଂ ଜଲଦି ରିପ୍ଲାଇ ଦେବା ପାଇଁ ମୁମ୍ବାଇ ପୋଲିସକୁ ଅନେକ ଅନେକ ଧନ୍ୟବାଦ ।"