ଓଡିଶା

odisha

ETV Bharat / sitara

ଛୁଆକୁ ଗାଳି କରିବା ମାମଲା, ସାମ୍ନାକୁ ଆସିଲା ସ୍ବରାଙ୍କ ପ୍ରତିକ୍ରିୟା

ସବୁବେଳେ ବିବାଦ ଘେରରେ ରହୁଥିବା ସ୍ବରା ଭାସ୍କର ନିକଟରେ ଏକ ଶୋରେ ଜଣେ 4 ବର୍ଷର ଛୁଆକୁ ଗାଳି କରି ଚର୍ଚ୍ଚାରେ ଆସିଥିଲେ । ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ସ୍ବରା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର

By

Published : Nov 13, 2019, 8:20 PM IST

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ପ୍ରାୟତଃ ନିଜ ବୟାନ ପାଇଁ ଚର୍ଚ୍ଚାରେ ଆସନ୍ତି। କିଛି ଦିନ ପୂର୍ବରୁ ସ୍ବରା ଏକ ଚାର୍ଟ ଶୋରେ ପହଞ୍ଚିଥିଲେ । ସେହି ସମୟରେ ସ୍ବରା ଜଣେ 4 ବର୍ଷର ଶିଶୁ ବିଷୟରେ କଥା ହୋଇ ଅଶ୍ଳୀଳ ଭାଷାର ବ୍ୟବହାର କରିଥିଲେ । ଯାହା ପରେ ତାଙ୍କୁ ଟ୍ରୋଲର୍ସଙ୍କ ସାମ୍ନା କରିବାକୁ ପଡିଥିଲା । ବର୍ତ୍ତମାନ ଏହି ବିବାଦ ଉପରେ ଏବେ ସ୍ବରା ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ସେ କେବେ ମଧ୍ୟ କୌଣସି ଛୁଆଙ୍କୁ ନେଇ କେବେ ଏପରି ଭାଷାର ବ୍ୟବହାର କରିନାହାଁନ୍ତି । ସେ ଏକ କମେଡି ଶୋରେ ଯାଇଥିଲେ । ଶୋରେ ସେ ନିଜ କ୍ୟାରିୟର ଆରମ୍ଭ ସମୟର ମଜାଦାର କାହାଣୀ ସମସ୍ତଙ୍କ ସହ ସେୟାର କରିଥିଲେ । ଆଉ ମସ୍ତିମଜାକରେ କିଛି ଶବ୍ଦ ପ୍ରୟୋଗ କରିଥିଲେ । ଯେଉଁ ଶବ୍ଦ ଜଣେ ଆଡଲ୍ଟ ହ୍ୟୁମରଙ୍କ ପାଇଁ ଥିଲା । କାରଣ ସେହି ସମୟରେ ସେ ନିଜ ସଂଘର୍ଷମୟ କାହାଣୀର ଅନୁଭୂତି ସେୟାର କରିଥିଲେ ।

ଯଦି ଆପଣ ସେହି କମେଡି ଶୋର ଭିଡିଓ ପୁରା ଦେଖିବେ ତେବେ ବୁଝିପାରିବେ ଯେ ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ମଧ୍ୟରେ ସେ କେବଳ ଜଣେ ଥିଲେ ଯିଏ ଛୁଆକୁ ନେଇ ଚିନ୍ତିତ ଥିଲେ । ସେ ହିଁ ଥିଲେ ଯିଏ ଚାହୁଁଥିଲେ ଛୁଆକୁ ବାଥରୁମର ସୁବିଧା ମିଳୁ ବୋଲି କହିଛନ୍ତି ସ୍ବରା ।

ପ୍ରକାଶ ଥାଉକି ସ୍ବରାଙ୍କ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେଥିରେ ସ୍ବରା ଶୋର ହୋଷ୍ଟଙ୍କ ସହ ନିଜ ଅଭିନୟ କ୍ୟାରିୟର ସମୟର କିଛି ଅନୁଭୂତି ସେୟାର କରୁଥିବାର ନଜର ଆସିଥିଲେ ।

ABOUT THE AUTHOR

...view details