ଓଡିଶା

odisha

ETV Bharat / sitara

ଟ୍ରୋଲର୍ସଙ୍କୁ ସ୍ୱରାଙ୍କ ଜବାବ, ଭିଡ଼ିଓ ଭାଇରାଲ

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଟ୍ରୋଲର୍ସକୁ ଜବାବ୍ ଦେଲେ ଅଭିନେତ୍ରୀ ସ୍ୱରା ଭାସ୍କର। ତାଙ୍କର ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାକୁ ଲାଗିଛି।

By

Published : Feb 19, 2019, 3:24 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଇନଷ୍ଟାଗ୍ରାମ/ ସ୍ବରା ଭାସ୍କର

ମୁମ୍ବାଇ: ବି-ଟାଉନର ବିବାଦରେ ରହୁଥିବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । କାରଣ ସେ କୌଣସି ନା କୌଣସି ପ୍ରସଙ୍ଗରେ ନିଜର ମତ ସୋସିଆଲ ମିଡିଆରେ ଦେଉଥିବାର ନଜର ଆସିଥାନ୍ତ। ତାଙ୍କୁ ସୋସିଆଲ ମିଡିଆରେ ବିବାଦୀୟ ଅଭିନେତ୍ରୀ ମଧ୍ୟ କୁହାଯାଇଥାଏ । କିନ୍ତୁ ସ୍ୱରାଙ୍କର ସବୁଠାରୁ ଭଲ ଗୁଣ ହେଲା କି ସେ ସୋସିଆଲ ମିଡିଆର ୟୁଜର୍ସଙ୍କୁ କେବେ ଖାତିରି କରନ୍ତି ନାହିଁ । ତାଙ୍କ ମନରେ ଯେବେ ଯାହା ଆସେ ସେ ସଙ୍ଗେ ସଙ୍ଗେ କରିଥାନ୍ତି।

ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ଟ୍ରୋଲ କରୁଥିବା ଇଣ୍ଟରନେଟ ୟୁଜର୍ସଙ୍କୁ ଏକ ଭିନ୍ନ ଢଙ୍ଗରେ ଜବାବ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଗାଳିର ଜବାବ ଗାଳିରେ ଦେଇଛନ୍ତି। ଏହି ଭିଡିଓଟିକୁ ସ୍ୱରା ଭାଲେଣ୍ଟାଇନ ଡେ ଅବସରରେ ଜାରି କରିଥିଲେ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ପ୍ରକାଶ ଥାଉକି ସ୍ୱରାଙ୍କୁ ପ୍ରାୟତଃ ସୋସିଆଲ ମିଡିଆରେ

ୟୁଜର୍ସ ଟ୍ରୋଲ କରିଥାଆନ୍ତି। ଦେଶର ପ୍ରସଙ୍ଗ ପାଇଁ ହେଉ କିମ୍ବା ନିଜ ଡ୍ରେସ ଓ ସିନ୍ସକୁ ନେଇ ହେଉ ୟୁଜର୍ସ ତାଙ୍କୁ ସବୁବେଳେ ଟ୍ରୋଲ କରିଥାନ୍ତି । ଏହି ୟୁଜର୍ସଙ୍କୁ ସ୍ବରା ଅନେକ ଥର ଲିଖିତ ରୂପେ ଜବାବ ଦେଇଥିଲେ। ଏଥର କିନ୍ତୁ ସ୍ୱରା କୌଣସି ଲେଖା ମଧ୍ୟରେ ନୁହେଁ ଭିଡିଓ ପୋଷ୍ଟ କରି ଜବାବ୍ ଦେଇଛନ୍ତି। ସ୍ୱରାଙ୍କ ଭିଡିଓରେ ସେ ୟୁଜର୍ସଙ୍କୁ ଗାଳି କରୁଥିବାର ଦେଖାଯାଇଛନ୍ତି।

ସ୍ୱରା ସାଧାରଣ ଟ୍ରୋଲର୍ସଙ୍କ ପାଇଁ ଏହି ଭିଡିଓ ତିଆରି କରିନାହାଁନ୍ତି । ଯେଉଁ ୟୁଜର୍ସ ତାଙ୍କୁ ଗାଳିଗୁଲଜ କରିବା ସହ ଟ୍ୱିଟ କରୁଛନ୍ତି ସେହିମାନଙ୍କୁ ସେ ଏଭଳି ଜବାବ୍ ଦେଇଛନ୍ତି।


ABOUT THE AUTHOR

...view details