ଓଡିଶା

odisha

By

Published : Aug 25, 2020, 4:53 PM IST

ETV Bharat / sitara

ସୁଶାନ୍ତଙ୍କୁ ଦିଆଯାଇଥିଲା ବିଷ : ସୁବ୍ରମଣ୍ୟମ ସ୍ବାମୀ

ମଙ୍ଗଳବାର ଦିନ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ୱିଟରେ ଅଭିଯୋଗ କରିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା । ଅଧିକ ପଢନ୍ତୁ...

sushant was poisoned and autopsy forcibly delayed says subramanian-swamy
ସୁଶାନ୍ତଙ୍କୁ ଦିଆଯାଇଥିଲା ବିଷ : ସୁବ୍ରମଣ୍ୟମ ସ୍ବାମୀ

ମୁମ୍ବାଇ: ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ।

ମଙ୍ଗଳବାର ସକାଳେ ସ୍ବାମୀ ଟ୍ୱିଟ୍ କରି କହିଛନ୍ତି, ବର୍ତ୍ତମାନ ହତ୍ୟାକାରୀଙ୍କ ସୂଚନା ଧୀରେ ଧୀରେ ସାମ୍ନାକୁ ଆସୁଛି । ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା । ଏଥିସହିତ ଜାଣିସୁଣି ସୁଶାନ୍ତଙ୍କ ବ୍ୟବଚ୍ଛେଦ ପାଇଁ ବିଳମ୍ବ କରାଯାଇଥିଲା । ଯାହାଦ୍ବାରା ବିଷର ସୂଚନା ମିଳିବ ନାହିଁ ।

ସୋମବାର ଦିନ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ, ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ସୁଶାନ୍ତଙ୍କ ବ୍ୟବଚ୍ଛେଦ କରୁଥିବା କପୁର୍ ହସ୍ପିଟାଲର ଡାକ୍ତରମାନଙ୍କୁ ପଚରାଉଚରା କରିବା ଉଚିତ୍ ।

ସୋମବାର ସନ୍ଧ୍ୟାରେ ସ୍ବାମୀ ଟ୍ୱିଟ କରି କହିଥିଲେ ଯେ, ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details