ଓଡିଶା

odisha

ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ବଡ ଭାଇ

ସୁଶାନ୍ତ ଆତ୍ମହତ୍ୟା ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁଶାନ୍ତଙ୍କ ଭାଇ ତଥା ବିଜେପି ବିଧାୟକ ନୀରଜ କୁମାର ବବଲୁ ସ୍ବାଗତ କରିଛନ୍ତି ।

By

Published : Aug 19, 2020, 4:14 PM IST

Sushant Singh's suicide case
ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ବଡ ଭାଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଧିରେ ଧିରେ ବଢିବାରେ ଲାଗିଛି । ଏହାସହ ସୁପ୍ରିମକୋର୍ଟରେ ମଧ୍ୟ ସୁଶାନ୍ତ ଆତ୍ମହତ୍ୟା ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁଶାନ୍ତଙ୍କ ଭାଇ ତଥା ବିଜେପି ବିଧାୟକ ନୀରଜ କୁମାର ବବଲୁ ସ୍ବାଗତ କରିଛନ୍ତି ।

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ବଡ ଭାଇ

ବଡ ଭାଇ ବିଧାୟକ ନୀରଜ କୁମାର ବବଲୁ ଏହି ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି ଯେ ଏହା କୋଟି କୋଟି ଭାରତୀୟଙ୍କ ବିଜୟ । ଏହି ନିଷ୍ପତ୍ତି ସହିତ କୋଟି କୋଟି ଲୋକ ଆଶା କରୁଛନ୍ତି ଯେ ସୁଶାନ୍ତଙ୍କୁ ବର୍ତ୍ତମାନ ନ୍ୟାୟ ମିଳିବ । ଏଥିସହ ଏହି ଅଭିଯାନରେ ସିବିଆଇ ତଦନ୍ତ ପାଇଁ ସ୍ବର ଉତ୍ତୋଳନ କରିଥିବା ଗଣମାଧ୍ୟମ କର୍ମଚାରୀ ଓ ନ୍ୟୁଜ୍ ଚ୍ୟାନେଲକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନୀରଜ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details