ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏଯାବତ ସମସ୍ତଙ୍କ ପାଇଁ ରହସ୍ୟ ଘେରରେ । ଧିରେ ଧିରେ କରି ଅନେକ ଜିନିଷ ତାଙ୍କ ମାମଲାରେ ସାମ୍ନାକୁ ଆସିବାରେ ଲାଗିଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେପଟେ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମିଶି ତଦନ୍ତ ଆରମ୍ଭ କରିଦେଇଛି । ଆଉ ଏବେ ସୁଶାନ୍ତଙ୍କ ଜିମ ଟ୍ରେନର ସାମୀ ମହମ୍ମଦ ଏହି ମାମଲାରେ ଅନେକ ରହସ୍ୟରୁ ପରଦା ଉଠାଇଛନ୍ତି । ଯାହା ଏଯାବତ ସମସ୍ତଙ୍କ ନଜରରୁ ଲୁଚିକି ଥିଲା । l ତେବେ ଆସନ୍ତୁ ଜାଣିବା କଣ କହିଲେ ତାଙ୍କ ଟ୍ରେନର...
ସାମୀ ଗତ 5 ବର୍ଷରୁ ସୁଶାନ୍ତଙ୍କୁ ଟ୍ରେନିଂ ଦେଇଆସୁଥିଲେ । ଆଉ ଆତ୍ମହତ୍ୟାର 2 ସପ୍ତାହ ପୂର୍ବରୁ ସୁଶାନ୍ତ ତାଙ୍କୁ ଫୋନ ମଧ୍ୟ କରିଥିଲେ । ଏକ ନ୍ୟାସନାଲ ମିଡିଆ ହାଉସ ଦ୍ବାରା କରାଯାଇଥିବା ଷ୍ଟିଂ ଅପରେସନରେ ସାମୀ ଏହାର ଖୁଲାସା କରିଥିଲେ ।
ସୁଶାନ୍ତଙ୍କ ଫୋନର କିଛି ଦିନ ପୂର୍ବରୁ ତାଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ଏଥି ପାଇଁ ସୁଶାନ୍ତ ତାଙ୍କୁ କଲ କରି କହିଥିଲେ ଯେକୌଣସି ସାହାଯ୍ୟ ଦରକାର ଆପଣ ମାଗିପାରିବେ। 2019 ଡିସେମ୍ବରରେ ସୁଶାନ୍ତ କିଛି ମେଡିସିନ ମଧ୍ୟ ଖାଉଥିଲେ ଯାହା ତାଙ୍କ ପାଇଁ ଆଶ୍ଚର୍ଯ୍ୟକର କଥା ଥିଲା । କାରଣ ପୂର୍ବରୁ ସୁଶାନ୍ତ ମେଡିସିନ ଉପରେ ବିଶ୍ବାସ କରୁନଥିଲେ । ହେଲେ ସେ ଯେଉଁ ମେଡିସିନ ଖାଉଥିଲେ ତାହା ତାଙ୍କ ସ୍ବାସ୍ଥ୍ୟ ଉପରେ ନକାରତ୍ମକ ପ୍ରଭାବ ପକାଉଥିଲା । ଏହାକୁ ଖାଇବା ପରେ ସେ ବହୁତ ଚିନ୍ତିତ ରହିବା ଆରମ୍ଭ କରିଦେଇଥିଲେ । ସେ ତାଙ୍କୁ ମେଡିସିନ ଛାଡି ଫିଟନେସ ଉପରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ।
ସେହିପରି ସୁଶାନ୍ତଙ୍କ ମେଡିକାଲ କଣ୍ଡିଶନ ଉପରେ ତାଙ୍କୁ କୌଣସି ଖବର ନଥିଲା । କାରଣ ରିଆ ଚକ୍ରବର୍ତ୍ତୀ ତାଙ୍କୁ କୌଣସି ଜିନିଷରେ ସାମିଲ କରୁନଥିଲେ । ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ଡିପ୍ରେସନ ବିଷୟରେ ମଧ୍ୟ ସେ କିଛି ଜାଣିନଥିଲେ । ସେ ସୁଶାନ୍ତଙ୍କ ଜୀବନରେ ହସ୍ତକ୍ଷେପ ମଧ୍ୟ କରିନଥିଲେ । କାରଣ ରିଆ ତାଙ୍କର ସବୁ ଜିନିଷ ଉପରେ ନଜର ରଖୁଥିଲେ ବୋଲି କହିଥିଲେ ସାମୀ ।