ଓଡିଶା

odisha

ETV Bharat / sitara

10 ମାସରେ 4 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ସୁଶାନ୍ତ

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଗୋଟିଏ ବ୍ୟାଙ୍କ ଡିଟେଲ୍ସ । ଯେଉଁଥିରେ ଜଣାପଡିଛି ସେ 10 ମାସରେ କେତେ ଟଙ୍କା ଆଉ କାହା କାହା ଉପରେ ଖର୍ଚ୍ଚ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Aug 29, 2020, 10:42 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏବେ ତାଙ୍କ କେସରେ ସିବିଆଇଠୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି କଡାକଡି ଯାଞ୍ଚ କରୁଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ଏଣ୍ଟ୍ରିଜ ସ୍ବତନ୍ତ୍ର ଫାଇନେନ୍ସିଆଲ ଅଡିଟ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡିଛି ଗତ 10 ମାସ ମଧ୍ୟରେ ସେ 4.50 କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

ଦିଲ୍ଲୀସ୍ଥିତ ଲିଡିଂ ଫାଇନେନ୍ସିଆଲ ଫରେନ୍ସିକ ଏକ୍ସପର୍ଟ ନମ୍ରତା କନୋଡିଆ, ସୁଶାନ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟସରୁ ଗୋଟିଏ ଷ୍ଟେଟମେଣ୍ଟର ଯାଞ୍ଚ କରିଥିଲେ । କାନୋଡିଆଙ୍କ ଅନୁଯାୟୀ, ଏହି ଟଙ୍କା ସୁଶାନ୍ତଙ୍କ ଦ୍ବାରା ଯାତ୍ରା, ବ୍ୟକ୍ତିଗତ ବିଳାସ, ଘର କର୍ମଚାରୀ, ଦାନ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଖର୍ଚ୍ଚ କରାଯାଇଥିଲା।

ସେହିପରି ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଖର୍ଚ୍ଚର କିଛି ଅଂଶ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ପଠାଯାଇଥିଲା । ଏହି ମାମଲାରେ କନୋଡିଆ କହିଛନ୍ତି, ‘ଯେତେବେଳେ ଆମେ ସୁଶାନ୍ତଙ୍କ ମୁମ୍ବାଇ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ଗୋଟିଏକୁ ବିଶ୍ଳେଷଣ କରିଥିଲୁ, ତେବେ ଜଣାପଡିଥିଲା ରିୟା ଓ ସୌଭିକଙ୍କ ଅଧୀନରେ ଏହି ଟଙ୍କା ଖର୍ଚ୍ଚ ହୋଇଛି । ଜାନୁଆରୀରୁ ନଭେମ୍ବର ମଧ୍ୟରେ 4.6 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।’

ABOUT THE AUTHOR

...view details