ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଟ୍ବିଟ । ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ ରହସ୍ୟଜନକ ମୃତ୍ୟୁ ମାମଲାକୁ ନେଇ ମନ୍ତ୍ରୀଙ୍କ ଟ୍ବିଟ ହଇଚଇ ସୃଷ୍ଟି କରିଛି । ଖୁବଶୀଘ୍ର ଏହି ୨ ହତ୍ୟା ମାମଲାର ଖୁଲାସା ନେଇ ଟ୍ବିଟ କଲେ ରାଣେ ।
କେନ୍ଦ୍ରମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ, ଖୁବଶୀଘ୍ର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ହେବ ଖୁଲାସା
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଟ୍ବିଟ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଖୁବଶୀଘ୍ର ହେବ ଖୁଲାସା । ଅଧିକ ପଢନ୍ତୁ
କେନ୍ଦ୍ର ଅଣୁ, କ୍ଷୁଦ୍ର, ମଧ୍ୟମ ଓ ଉଦ୍ୟୋଗ(MSME) ମନ୍ତ୍ରୀ ନାରାୟଣ ରାଣେ ଟ୍ବିଟ କରି କହିଛନ୍ତି ଯେ, ଶିବସେନା ସାଂସଦ ବିନାୟକ ରାଉତଙ୍କ ପାଇଁ ଏକ ବିଶେଷ ଖବର ରହିଛି । ଖୁବଶୀଘ୍ର ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଖୁଲାସା ହେବ । ଉଭୟ ଆତ୍ମହତ୍ୟା ନୁହେଁ ବରଂ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରମାଣିତ ହେବ । ସେହିପରି ଖୁବଶୀଘ୍ର ମାତୋଶ୍ରୀ(ଉଦ୍ଧବ ଠାକରେଙ୍କ ବାସଭବନ)ର ୪ ଜଣଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ନୋଟିସ ପଠାଇବ ବୋଲି ଭବିଷ୍ୟବାଣୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ