ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଘଟଣାର ତଦନ୍ତ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଏକ ନୂଆ ଖୁଲାସା ହେଉଛି ଏବଂ ମାମଲା ଅଧିକ ଜଟିଳ ହୋଉଛି ।
ଜୁନ୍ 14ର ସକାଳେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହାର ଠିକ ଏକ ସପ୍ତାହ ପୂର୍ବରୁ, ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନ ମୁମ୍ବାଇର ଏକ ବିଲଡିଂରୁ ଡେଇଁ ନିଜ ଜୀବନ ଦେଇଥିଲେ ।
କୁହାଯାଉଛି ଯେ, ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଅତ୍ୟନ୍ତ ଦୁଖିତ ଏବଂ ଟେନସନରେ ଥିଲେ ।
ସୁଶାନ୍ତଙ୍କ ବନ୍ଧୁମାନେ କହିଛନ୍ତି ଯେ, ଦିଶାଙ୍କ ମୃତ୍ୟୁ ବିଷୟରେ ସୁଶାନ୍ତ ଅନେକ କଥା ଜାଣିଥିଲେ, ଯାହା ବିଷୟରେ ସେ ପ୍ରେସ କନଫ୍ରେମ୍ସରେ ମଧ୍ୟ କହିବାକୁ ପସ୍ତୁତ ଥିଲେ ।