ପୋର୍ଟ ବ୍ଲେୟାର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ପ୍ରଶଂସକ ଏବଂ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳିଯାଇଛି ।
ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଅନେକ ପ୍ରଶଂସକମାନେ ବିଶେଷକରି ମହିଳା ପ୍ରଶଂସକଙ୍କ ପାଇଁ ଏହା ବିଶ୍ବାସ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି ।
ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ମହିଳା ପ୍ରଶଂସକମାନେ ତାଙ୍କ ଦୁଃଖରେ ଆତ୍ମହତ୍ୟା କରୁଛନ୍ତି ।
ଏହି ସମୟରେ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ଏକ ଖବର ଆସିଛି ଯେ, ଜଣେ 15 ବର୍ଷର ନାବାଳିକା ଯିଏ ସୁଶାନ୍ତଙ୍କ ପ୍ରଶଂସକ ଥିଲେ, ସେ ସୁଶାନ୍ତଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କରିଛନ୍ତି । ନାବାଳିକା ଜଣଙ୍କ ଜୁନ୍ 17ରେ ନିଜକୁ ଫାଶୀ ଲଗାଇଦେଇଥିଲେ । କିନ୍ତୁ ତାଙ୍କ ପାଖରୁ ଏକ ଡାଏରୀ ମିଳିଛି ଯେଉଁଥିରେ ନାବାଳିକା ଜଣଙ୍କ ସୁଶାନ୍ତଙ୍କ ସହ ଜଡିତ ସବୁ ଜିନିଷ ବିଷୟରେ ଲେଖିଛନ୍ତି ।
ପୋଲିସଙ୍କ ସୂଚନାମୁତାବକ, ସେ ସୁଶାନ୍ତଙ୍କୁ ବହୁତ ଭଲ ପାଉଥିବା କଥା ଡାଏରୀରେ ଲେଖିଛନ୍ତି । ତେଣୁ ସୁଶାନ୍ତଙ୍କ ମୃତ୍ୟୁକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି ।