ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଖୁବଶୀଘ୍ର ନିଜ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ସହ ପରଦାରେ ଆକ୍ସନ କରୁଥିବାର ନଜର ଆସିବେ । ଦୀର୍ଘ ସମୟରୁ ଦୁଇଜଣଙ୍କ ଏହି ଫିଲ୍ମକୁ ନେଇ ଚର୍ଚ୍ଚା । ନିର୍ଦ୍ଦେଶକ, ଅଭିନେତା ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଅନ୍ତିମ’ ନେଇ ପରଦାକୁ ଫେରିବେ ଏହି ଯୋଡି । ଆଉ କିଛି ଦିନ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ସଲମାନ ବୋଲି ଚର୍ଚ୍ଚା ଜୋର ଧରିଛି ।
‘ଅନ୍ତିମ’ର ସୁଟିଂ ନଭେମ୍ବର 16 ରେ ପୁଣେରେ ଆରମ୍ଭ ହୋଇଥିଲା ଏବଂ ପରେ ଟିମ କରଜାତରେ ଆଉ କିଛି ସିନ୍ସର ସୁଟିଂ କରିଥିଲେ । ସେହିପରି ନିକଟରେ ଅଭିନେତା ନିକିତିନ ଧୀର ଫିଲ୍ମରେ ସାମିଲ ହୋଇଥିଲେ । ସେ ମଧ୍ୟ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।