ଓଡିଶା

odisha

ETV Bharat / sitara

‘ରକ୍ଷାବନ୍ଧନ’ର ସୁଟିଂ ଆରମ୍ଭ ପୂର୍ବରୁ ଭଉଣୀଙ୍କୁ ମନେ ପକାଇଲେ ଅକ୍ଷୟ

ସୋମବାର ଆରମ୍ଭ ହେଲା ‘ରକ୍ଷାବନ୍ଧନ’ର ସୁଟିଂ । ଏହି ଅବସରରେ ଭଉଣୀ ଅଲ୍କାଙ୍କ ପାଇଁ ଲେଖିଲେ ଇମୋସନାଲ ମେସେଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

By

Published : Jun 22, 2021, 7:16 AM IST

ମୁମ୍ବାଇ: ଧିରେ ଧିରେ ଦେଶରେ କମିବାରେ ଲାଗିଛି କୋରୋନା ଭାଇରସର ଦ୍ବିତୀୟ ଲହର । ଏହି ମହାମାରୀ ଭୟ କିମିବା ମାତ୍ରେ ସାଧାରଣ ଲୋକଙ୍କ ଜୀବନ ସାମାନ୍ୟ ହେବାକୁ ଯାଉଛି । ସେହିପରି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ମେକର୍ସ । ଏହି କ୍ରମରେ ସାମିଲ ଅଛନ୍ତି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ରକ୍ଷାବନ୍ଧନ’ର ମେକର୍ସ ।

ଏହି ଅବସରରେ ଅକ୍ଷୟ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ସହ ଫଟୋ ପୋଷ୍ଟ କରି ନିଜ ଭଉଣୀଙ୍କୁ ମନେ ପକାଉଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ବଡ ହେବା ବେଳେ ମୋ ଭଉଣୀ ଅଲ୍କା ମୋର ପ୍ରଥମ ବନ୍ଧୁ ଥିଲେ | ଏହା ସବୁଠାରୁ ଭଲ ବନ୍ଧୁତା ଥିଲା | ଅନନ୍ଦ ଏଲ୍ ରାୟଙ୍କ ରକ୍ଷାବନ୍ଧନ ତାଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଏବଂ ସେହି ବିଶେଷ ବନ୍ଧନର ଉତ୍ସବ | ଆଜି ତୁମର ପ୍ରେମ ଏବଂ ଶୁଭେଚ୍ଛା ଆବଶ୍ୟକ କରୁଥିବା ସୁଟିଂର ପ୍ରଥମ ଦିନ |’

ପ୍ରକାଶ ଥାଉକି ଯେବେ ଅକ୍ଷୟ ଏହି ଫିଲ୍ମର ଘୋଷଣା କରିଥିଲେ । ସେହି ସମୟରେ ସେ ଜଣାଇଥିଲେ ଏହି ଫିଲ୍ମ ସେ ନିଜ ଭଉଣୀ ଅଲକାଙ୍କୁ ସମର୍ପିତ କରୁଛନ୍ତି । ଯାହାଙ୍କ ସହ ତାଙ୍କର ସବୁଠାରୁ ଭଲ ସମ୍ପର୍କ ।

ABOUT THE AUTHOR

...view details