ଓଡିଶା

odisha

ଡିସେମ୍ବର 11ରେ ବିଗ ବିଙ୍କୁ ନିର୍ଦ୍ଦେଶନା ଦେବେ ସିଂଘମ

By

Published : Nov 25, 2020, 10:39 AM IST

ଶୀଘ୍ର ଆରମ୍ଭ ହେବ ଫିଲ୍ମ ‘ମେ ଡେ’ର ସୁଟିଂ । ସାମ୍ନାକୁ ଆସିଲା ସୁଟିଂ ଖବର । ପ୍ରଥମଥର ଅମିତାଭଙ୍କୁ ନିର୍ଦ୍ଦେଶନା ଦେବାକୁ ନେଇ ଉତ୍ସାହିତ ଅଜୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଭଳି ବି-ଟାଉନର ସିଂଘମ ଅଜୟ ଦେବଗନ ମଧ୍ୟ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଲକଡାଉନରେ ସେ ଘରେ ରହି ଏଥିପାଇଁ ପ୍ଲାନିଂ ମଧ୍ୟ କରିଥିଲେ । ଏହାସହ ସେ ନିଜ ନିର୍ଦ୍ଦେଶିତ ଫିଲ୍ମ ‘ମେ ଡେ’ ସୁଟିଂ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତି ହୋଇସାରିଲେଣି । ମୁଖ୍ୟ କଥା ହେଲା ଯେ ତାଙ୍କ ଏହି ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନ ନଜର ଆସିବେ । ଆଉ ସେ ପ୍ରଥମଥର ଅମିତାଭଙ୍କୁ ଫିଲ୍ମରେ ନିର୍ଦ୍ଦେଶନା ଦେବେ । ଯାହାକୁ ନେଇ ଉତ୍ସାହିତ ସେ । ଇତିମଧ୍ୟରେ ଫିଲ୍ମ ସୁଟିଂର ତାରିଖ ସାମ୍ନାକୁ ଆସିଛି ।

ସେହିପରି ଫିଲ୍ମରେ ‘ଦେ ଦେ ପ୍ୟାର ଦେ’ ଫେମ ରକୁଲ ପ୍ରୀତ ସିଂ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଡିସେମ୍ବର 11ରେ ପୁରା ଟିମ ହାଇଦ୍ରାବାଦରେ ସୁଟିଂ ଆରମ୍ଭ କରିବେ ବୋଲି ଚର୍ଚ୍ଚା । ପାଖାପାଖି 8 ବର୍ଷ ପରେ ଅମିତାଭ ଓ ଅଜୟ ଏକାଠି କାମ କରିବେ । ପୁରା ଟିମ ହାଇଦ୍ରାବାଦରେ ଏକ ବାୟୋ-ବବୁଲରେ ରହି ଫିଲ୍ମର ସୁଟିଂ କରିବେ । ଜାନୁଆରୀ ମଝି ସପ୍ତାହରେ ସୁଟିଂରେ ଯୋଗ ଦେବେ ରକୁଲ ।

ଏହାବ୍ୟତୀତ ଅଜୟଙ୍କ ଅଭିନୀତ ଫିଲ୍ମ ‘ମୈଦାନ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ଏହି ଫିଲ୍ମ ଭାରତୀୟ ଫୁଟବଲର ସ୍ବର୍ଣ୍ଣିମ ବର୍ଷ ଉପରେ ଆଧାରିତ । ଫିଲ୍ମରେ ଅଜୟ ମହାନ କୋଚ ସୟଦ ଅବଦ୍ଦୁଲ ରହିମଙ୍କ ଭୂମିକାରେ ଦେଖାଯିବେ । ଲକଡାଉନ ପାଇଁ ପାଖାପାଖି 8 ମାସ ଫିଲ୍ମର ସୁଟିଂ ବନ୍ଦ ଥିଲା ।

ABOUT THE AUTHOR

...view details