ଓଡିଶା

odisha

ETV Bharat / sitara

ନିଜ ଅଭ୍ୟାସକୁ ନେଇ ଚିନ୍ତିତ ସନ୍ନି

ବି-ଟାଉନର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ଅଭ୍ୟାସ ବିଷୟରେ ଜାଣି ଆଶ୍ଚର୍ଯ୍ୟରେ ଫ୍ୟାନ୍ସ । ପ୍ରତି 15 ମିନିଟରେ ଗୋଡ ସଫା କରିବାକୁ ଭଲ ପାଆନ୍ତି ସନ୍ନି । ତେବେ ଯେକୌଣସି ସ୍ଥାନ ହୋଇ ନିଜ ଅଭ୍ୟାସରୁ ବାଦ ପଡନ୍ତି ନାହିଁ ସନ୍ନି ।

By

Published : Mar 4, 2019, 3:41 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ସେକ୍ସୀ ଆକ୍ଟ୍ରେସ ସନ୍ନି ଲିଓନୀ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଆକ୍ଟ୍ରେସଜଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ପ୍ରଫେସନାଲ ଲାଇଫ ନୁହେଁ ପର୍ସନାଲ ଲାଇଫ ବିଷୟରେ ଜାଣିବାକୁ ମଧ୍ୟ ସବୁବେଳେ ଏକ୍ସାଇଟେଡ ଫ୍ୟାନ୍ସ । ଏହି କାରଣ ହେଲା କି ସେ ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟି ମଧ୍ୟରେ ରହିସାରିଛନ୍ତି । କେହି ନା କେହି ତାଙ୍କ ଜୀବନ ବିଷୟରେ ଜାଣିବାକୁ ନିହାତି ଗୁଗଲ ଖୋଲିଥିବେ ।

ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଏପରି କଥା ଜାଣିବା, ଯାହା ଶୁଣି ଆପଣ ମାନେ ନିହାତି ଆଶ୍ଚର୍ଯ୍ୟ ହେବେ । କଥାଟି ହେଲା ତାଙ୍କ ଖାସ୍ ଅଭ୍ୟାସ ବିଷୟରେ । ତାଙ୍କ ଏହି ଅଭ୍ୟାସ ଏପରି କି ସେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ କାହାରିକୁ ଖାତିର କରନ୍ତି ନାହିଁ ଏବଂ ନିଜ କାମ କରିଥାଆନ୍ତି ।

ପ୍ରକାଶ ଥାଉକି ତାଙ୍କର ଏହି ଅଭ୍ୟାସ ବିଷୟରେ ଫିଲ୍ମ 'ଜିସ୍ମ-2' ସୁଟିଂ ସମୟରେ ଜଣାପଡିଥିଲା । ଏହା ଜଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଏହି ଅଭ୍ୟାସ ପାଇଁ ସୁଟିଂରେ ମଧ୍ୟ ବିଳମ୍ବ ହୋଇଥିଲା ।

ଯଦି ଆପଣ ତାଙ୍କ ଏହି ଅଭ୍ୟାସ ବିଷୟରେ ଭାବି ଭାବି ମସ୍ତିଷ୍କ ଉପରେ ଜୋର ପକାଉଛନ୍ତି । ଜଣାଇ ଦେଉଛୁ ଯେ ସନ୍ନିଙ୍କ ଏହି ଅଭ୍ୟାସ ଆଉ କିଛି ନୁହେଁ, ବରଂ ବାରମ୍ବାର ପାଦ ଧୋଇବା ଅଭ୍ୟାସ । ଯେପରି କିଛି ଲୋକଙ୍କୁ ବାରମ୍ବାର ହାତ ଧୋଇବାର ଅଭ୍ୟାସ ଥାଏ, ସେହିପରି ସନ୍ନିଙ୍କୁ ଗୋଡ ଧୋଇବାର ଅଭ୍ୟାସ ଅଛି ।

ସେ ଏହି ଅଭ୍ୟାସ ପଛରେ ଏତେ ପାଗଳ ଅଛନ୍ତି ଯେ ପ୍ରତି 15 ମିନିଟରେ ପାଦ ସଫା କରିଥାଆନ୍ତି । ତେବେ ତାହା ସୁଟିଂ ସେଟ ହେଉ କିମ୍ବା କୌଣସି ମଧ୍ୟ ସ୍ଥାନ ହେଉ ସେ ନିଜ ଅଭ୍ୟାସରୁ କେବେ ବାଦ ପଡନ୍ତି ନାହିଁ ।

For All Latest Updates

ABOUT THE AUTHOR

...view details