ଓଡିଶା

odisha

ETV Bharat / sitara

କରନଙ୍କୁ ଦ୍ବିତୀୟ ସୁଯୋଗ ଦେବାକୁ ଚାହୁଁଛନ୍ତି ସନି

ପୁଣିଥରେ ପରଦାରେ ନଜର ଆସିପାରନ୍ତି ‘ପଲ୍ ପଲ୍ ଦିଲ କେ ପାସ’ ଆକ୍ଟର କରନ ଦେଓଲ। ଖୁବଶୀଘ୍ର ତାଙ୍କ ଆଗାମୀ ଫିଲ୍ମର ଘୋଷଣା କରିବେ ପିତା ସନି ଦେଓଲ।

sunny deol
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଦେଓଲ

By

Published : Mar 20, 2020, 11:25 AM IST

Updated : Mar 20, 2020, 3:08 PM IST

ମୁମ୍ବାଇ: ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କୁ ନେଇ କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ସେ ପାଖାପାଖି 2 ବର୍ଷ ପରେ ପରଦାରେ ନଜର ଆସିବେ। ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ। ଇତିମଧ୍ୟରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ସେ ନିଜ ଲାଡଲା ତଥା ଅଭିନେତା କରନ ଦେଓଲଙ୍କୁ ନେଇ ଆଉ ଏକ ଫିଲ୍ମ ଖୁବଶୀଘ୍ର ନିର୍ମାଣ କରିବେ ବୋଲି ଚର୍ଚ୍ଚା।

‘ପଲ୍ ପଲ୍ ଦିଲ କେ ପାସ’ ଫିଲ୍ମ ଜରିଆରେ ସେ କରନଙ୍କୁ ବଲିଉଡରେ ଲଞ୍ଚ କରାଇଥିଲେ। ଫିଲ୍ମର ପ୍ରମୋଶନ ମଧ୍ୟ ଖୁବ୍ କରିଥିଲେ। ହେଲେ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ ସାବ୍ୟସ୍ତ ହୋଇଥିଲା।

ଏବେ ସନ୍ନି ଚାହୁଁଛନ୍ତି ଯେ କରନଙ୍କୁ ଆଉ ଏକ ସୁଯୋଗ ମିଳିବା କଥା। ଏଥିପାଇଁ ସେ କନରଙ୍କ ଦ୍ବିତୀୟ ଫିଲ୍ମର ପ୍ରଯୋଜନା କରିବେ। ସେହିପରି ସେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ବଲିଉଡର ବଡ ନିର୍ଦ୍ଦେଶକଙ୍କୁ ଦେବାକୁ ସ୍ଥିର କରିଛନ୍ତି । ଏଥର କରନ ରୋମାଣ୍ଟିକ ନୁହେଁ ଆକ୍ସନଭରା ଫିଲ୍ମରେ ଅଭିନୟ କରିବେ। ଏଯାବତ ଫିଲ୍ମକୁ ନେଇ ଅନ୍ୟ ଖୁଲାସା ହୋଇନାହିଁ । ହୁଏତଃ ଫିଲ୍ମରେ ବଡ ଷ୍ଟାର୍ସ ମଧ୍ୟ ନଜର ଆସିପାରନ୍ତି।

Last Updated : Mar 20, 2020, 3:08 PM IST

ABOUT THE AUTHOR

...view details