ମୁମ୍ବାଇ: ନିର୍ବାଚନ ମହଲରେ ଯଦି କେହି ଫିଲ୍ମ ଷ୍ଟାର ରାଜନୀତିରେ ସମ୍ପୃକ୍ତ କୌଣସି ବ୍ୟକ୍ତି ସହ ଦୁଇ ମିନିଟ ସାକ୍ଷାତ କରୁଛନ୍ତି ତେବେ ସଙ୍ଗେ ସଙ୍ଗେ ଅନେକ ଖବର ଭାଇରାଲ ହେବାରେ ଲାଗିଯାଇଛି । ଏମିତି ହିଁ କିଛି ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ସାଥ ହୋଇଛି । ସନ୍ନି ଶୁକ୍ରବାର ପୁଣେ ଏୟାରପୋର୍ଟରେ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ପରେ ଚର୍ଚ୍ଚା ଜୋର ଧରିଥିଲା ଯେ ଅମୃତସର ସିଟରୁ ନିର୍ବାଚନ ଲଢିବେ ।
ଯେବେ ଏହି ବିଷୟରେ ସନ୍ନିଙ୍କ ସ୍ପୋକ୍ସ ପର୍ସନ ସହ କଥାବାର୍ତ୍ତା କରାଯାଇଥିଲା । ତେବେ ସେ ସନ୍ନିଙ୍କ ସାକ୍ଷାତକାର କଥା ମାନିଥିଲେ କିନ୍ତୁ ସନ୍ନି କୌଣସି ପାର୍ଟିରେ ସାମିଲ ହେବା କଥା ଉପରେ ଆଲୋଚନା କରିନଥିଲେ । ସନ୍ନିଙ୍କ ଆଗାମୀ ଫିଲ୍ମ 'ବ୍ଲାକ' ପ୍ରମୋଶନ ସମୟରେ ହୋଇଥିବାର ଏକ ସାକ୍ଷାତକାରେ ସେ କୌଣସି ମଧ୍ୟ ପାର୍ଟିରେ ସାମିଲ ହେବା କଥାକୁ ମନା କରିଥିଲେ ।