ନୂଆଦିଲ୍ଲୀ: ବଲିଉଡର ଦୁଇ ଲୋକପ୍ରିୟ ସେଲିବ୍ରିଟି ସୁନୀଲ ସେଟ୍ଟୀ ଓ ଶିଳ୍ପା ସେଟ୍ଟୀ ପରସ୍ପର ସହ ବହୁତ କମ୍ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ବେଶ୍ ଭଲ ପାଆନ୍ତି ଦର୍ଶକ । ପୁଣିଥରେ ସମସ୍ତଙ୍କ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । କାରଣ ଦୁଇ ଷ୍ଟାରଙ୍କ କେମେଷ୍ଟ୍ରିର ଫେମସ ଡାନ୍ସିଂ ରିୟାଲିଟି ଶୋ ‘ସୁପର ଡାନ୍ସର ଚାପ୍ଟର 4’ରେ ଦେଖିବେ ସମସ୍ତେ । ଯାହାର ଝଲକ ଏବେ ଦେଖିବାକୁ ମିଳୁଛି ।
ଏହି ଶୋର ଆଗାମୀ ଏପିସୋଡର ନୂଆ ପ୍ରୋମୋ ଭିଡିଓ ଜାରି କରିଛି ସୋନି ଟିଭି । ଯେଉଁଠାରେ ସୁନୀଲଙ୍କ ଗ୍ରାଣ୍ଡ ଅନ୍ଦାଜରେ ସ୍ବାଗତ କରାଯାଉଥିବାବେଳେ ତାଙ୍କ ପାଇଁ ପ୍ରତିଯୋଗୀ ଦମଦାର ପରଫର୍ମାନ୍ସ ଦେଉଥିବାର ନଜର ଆସୁଛନ୍ତି ।