ଓଡିଶା

odisha

By

Published : Feb 7, 2022, 5:16 PM IST

ETV Bharat / sitara

ବଲିଉଡରେ ଏଣ୍ଟ୍ରି କରିବେ ଶାହାରୁଖଙ୍କ ଲଳନା !

ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଝିଅ ସୁହାନାଙ୍କୁ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ସୁହାନା ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ପୁଣି ଥରେ ଚର୍ଚ୍ଚା ହେଉଛି। ଅଧିକ ପଢନ୍ତୁ

ଜୋୟା ଅଖତରଙ୍କ ଅଫିସରେ ଶାହାରୁଖଙ୍କ ଝିଅ
ଜୋୟା ଅଖତରଙ୍କ ଅଫିସରେ ଶାହାରୁଖଙ୍କ ଝିଅ

ହାଇଦ୍ରାବାଦ:ବଲିଉଡରେ ଏଣ୍ଟ୍ରି କରିବେ କିଙ୍ଗ ଖାନ୍‌ ଶାହାରୁଖଙ୍କ ଝିଅ ସୁହାନା। ଅନେକ ଦିନ ହେବ ଏହି ଖବର ଚର୍ଚ୍ଚା ହେଉଛି। ଏବେ କିନ୍ତୁ ଏହା ସ୍ପଷ୍ଟ ହୋଇଯାଇଛି । ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଝିଅ ସୁହାନାଙ୍କୁ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ସୁହାନା ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ପୁଣି ଚର୍ଚ୍ଚା ହେଉଛି।

ସୁହାନାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, ତାଙ୍କୁ ଏହି ସମୟରେ ଧଳା ଟପ୍ ଏବଂ କାର୍ଗୋ ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା ​​। ସୁହାନାଙ୍କ ଏହି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁହାନା 'ଗୁଲି ବଏ' ନିର୍ଦ୍ଦେଶକ ଜୋୟା ଅଖତରଙ୍କ ଫିଲ୍ମରେ ଡେବ୍ୟୁ କରିବେ। ଜୋୟା ଅଖତର ଆର୍ଚି କମିକ୍ସ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ମିଡିଆ କରିଡରରେ ଗୁଜବ ମଧ୍ୟ ରହିଛି ଯେ, ଜୋୟା ଅଖତରଙ୍କ ଫିଲ୍ମରେ ସୁହାନା ଖାନଙ୍କ ବ୍ୟତୀତ ଶ୍ରୀଦେବୀ-ବୋନି କପୁରଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ମଧ୍ୟ ନଜର ଆସିବେ। ତେବେ ଏହି ଖବର କେତେ ସତ କେତେ ମିଛି ତାହା ପୂରା ଘଟଣା ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ। କାରଣ ଏପର୍ଯ୍ୟନ୍ତ ଏଭଳି ଖବରକୁ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ।

ସୁହାନା ବଲିଉଡରେ ଡେବ୍ୟୁ କରିବାକୁ ନେଇ ଶାହାରୁଖ ଖାନ କହିଥିଲେ ଯେ, ଶାହାରୁଖଙ୍କ ଝିଅ ସୁହାନା ଖାନ୍‌ ନ୍ୟୁୟର୍କରେ ଆକ୍ଟିଂରେ ପାଠ ପଢ଼ିଛନ୍ତି। ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତ ଫେରିଛନ୍ତି। ପାଠ ପଢା ଶେଷ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିପାରନ୍ତି । କିଙ୍ଗ ଖାନ ଅନେକ ଥର କହିଛନ୍ତି ଯେ ସୁହାନା ଖାନଙ୍କ ଅଭିନୟ କ୍ଷେତ୍ରରେ ବହୁତ ଆଗ୍ରହ ଅଛି ଏବଂ ସେ ଏହି ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ସୃଷ୍ଟି କରିପାରନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details