ଓଡିଶା

odisha

ETV Bharat / sitara

ପୋଷ୍ଟର ଏମିତି ତ ଫିଲ୍ମ କେମିତି !

ଡାନ୍ସକୁ ନେଇ ରେମୋ ଡିସୌଜାଙ୍କ ନିର୍ମିତ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର'କୁ ନେଇ ଏବେ ଚାଲିଛି ଅନେକ ଚର୍ଚ୍ଚା । ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ଫିଲ୍ମର ନିକଟରେ ଫାଷ୍ଟ ଲୁକ ରିଲିଜ ହୋଇଥିବାବେଳେ ଏବେ ରିଲିଜ ହୋଇଛି ଦୁଇଟି ସୁନ୍ଦର ପୋଷ୍ଟର, ଯାହାକି ଶ୍ରଦ୍ଧା କପୁର ରିଲିଜ କରିଛନ୍ତି ।

By

Published : Feb 6, 2019, 3:24 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ମୁମ୍ବାଇ: ଡାନ୍ସକୁ ନେଇ ରେମୋ ଡିସୌଜାଙ୍କ ନିର୍ମିତ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର'କୁ ନେଇ ଏବେ ଚାଲିଛି ଅନେକ ଚର୍ଚ୍ଚା । ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ଫିଲ୍ମର ନିକଟରେ ଫାଷ୍ଟ ଲୁକ ରିଲିଜ ହୋଇଥିବାବେଳେ ଏବେ ରିଲିଜ ହୋଇଛି ଦୁଇଟି ସୁନ୍ଦର ପୋଷ୍ଟର, ଯାହାକି ଶ୍ରଦ୍ଧା କପୁର ରିଲିଜ କରିଛନ୍ତି ।

ଶ୍ରଦ୍ଧା ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ 'ଷ୍ଟ୍ରିଟ ଡାନ୍ସର'ର ଦୁଇଟି ନୂଆ ପୋଷ୍ଟର ପୋଷ୍ଟ କରିଛନ୍ତି । ଗୋଟିଏ ପୋଷ୍ଟରରେ ବରୁଣ, ଶ୍ରଦ୍ଧାଙ୍କୁ ତାଙ୍କ କାନ୍ଧରେ ଉଠାଇଥିବାବେଳେ ଆଉ ଏକ ପୋଷ୍ଟରରେ ବରୁଣ ଫୁଲମ ସ୍ପ୍ଲିଟ କରୁଥିବାବେଳେ ଶ୍ରଦ୍ଧା ବ୍ୟାକ ଫ୍ଲିପ କରିଛନ୍ତି ।

ପ୍ରକାଶ ଥାଉକି, ଫିଲ୍ମ 'ଷ୍ଟ୍ରିଟ ଡାନ୍ସର' ହେଉଛି 'ଏବିସିଡି'ର ତୃତୀୟ ଭର୍ସନ । ଫିଲ୍ମଟି ଭୂଷଣ କୁମାର, ଲେଜଲୀ ଡିସୌଜା, କ୍ରିଷ୍ଣା କୁମାରଙ୍କ ଦ୍ବାରା ପ୍ରଯୋଜିତ । ଫିଲ୍ମରେ ପ୍ରଭୁଦେବା, ନୋରା ଫତେହି, ସୁଶାନ୍ତ ପୁଜାରୀ, ପୁନିତ ଜେ ପାଠକ, ରାଘବ ଜୁଏଲ ଓ ଧର୍ମେଶ ମଧ୍ୟ ନଜର ଆସିବେ ।


ଫିଲ୍ମର ପ୍ରଥମ ସିଡ୍ୟୁଲ ପଞ୍ଜାବରେ ସରିଥିବାବେଳେ ଫେବୃୟାରୀ 11ରେ ଲଣ୍ଡନରେ ଆରମ୍ଭ ହେବ ଏହାର ଦ୍ବିତୀୟ ସିଡ୍ୟୁଲ । ଫିଲ୍ମଟି ଚଳିତବର୍ଷ ନଭେମ୍ବର 8ତାରିଖରେ ରିଲିଜ ହେବ ।

ABOUT THE AUTHOR

...view details