ଓଡିଶା

odisha

ETV Bharat / sitara

ମୃତ୍ୟୁ ନା ହତ୍ୟା, ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁ ମାମଲା

ମୃତ୍ୟୁର ଦେଢ ବର୍ଷ ପରେ ସାମ୍ନାକୁ ଆସିଛି ଶ୍ରୀଦେବୀଙ୍କ ମୃତ୍ୟୁ ମାମଲା । ଏବେ କେରଳ ଡିଜିପି ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଦେଲେ ବୟାନ ।

By

Published : Jul 12, 2019, 7:40 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରୀଦେବୀ

ମୁମ୍ବାଇ: ବି-ଟାଉନର ପ୍ରଥମ ସୁପରଷ୍ଟାର ଲେଡି ଶ୍ରୀଦେବୀଙ୍କ ମୃତ୍ୟୁକୁ ପାଖାପାଖି ଦେଢବର୍ଷ ହୋଇସାରିଲାଣି । ଆଜି ମଧ୍ୟ ତାଙ୍କ ମୃତ୍ୟୁ ଦୁଃଖ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଇତିମଧ୍ୟରେ କେରଳ ଡିଜିପି ଏବଂ ଆଇପିଏସ ଅଧିକାରୀ ଋଷିରାଜ ସିଂ ଏକ ଆଶ୍ଚର୍ଯ୍ୟଜନ ଖୁଲାସା କରିଛନ୍ତି । ତାଙ୍କ ଅନୁଯାୟୀ ଶ୍ରୀଦେବୀଙ୍କ ମୃତ୍ୟୁ ବାଥଟବରେ ବୁ଼ଡିବା ପାଇଁ ହୋଇନଥିଲା ବରଂ ତାଙ୍କୁ ହତ୍ୟା କରାଯାଇଥିଲା ।

ଋଷିରାଜ ନିଜର ବନ୍ଧୁଙ୍କ ସାକ୍ଷୀକୁ ଆଧାର କରି ଏପରି ବୟାନ ଦେଇଛନ୍ତି । ତାଙ୍କ ବନ୍ଧୁ ଡାକ୍ତର ଉମାଦଥନ ଜଣେ ଜଣାଶୁଣା ସର୍ଜନ ଥିଲେ ନିକଟରେ ତାଙ୍କ ମୃତ୍ୟୁ ଘଟିଛି ।

ତାଙ୍କୁ କ୍ରାଇମ ମାମଲା ଏବଂ ବିପଦପୂର୍ଣ୍ଣ ହତ୍ୟାକାଣ୍ଡକୁ ସମାଧାନ କରିବାର ଉସ୍ତାଦ କୁହାଯାଇଥିଲା । କେରଳ ପୋଲିସ ଯେବେ ଅନେକ ହତ୍ୟାର ମାମଲାକୁ ସମାଧାନ କରିବାରେ ଥକି ଯାଉଥିଲା, ତେବେ ଉମାଦଥାନଙ୍କୁ ମାମଲାକୁ ସମାଧାନ କରିବାକୁ ଡକାଯାଉଥିଲା ।

ଏବେ ଆଇପିଏସ ଅଧିକାରୀ ଏହି କ୍ରାଇମ କେସ ମାଷ୍ଟରଙ୍କ ଦାବି ଦ୍ବାରା ବଡ ଖୁଲାସା କରିଛନ୍ତି । ଉମାଦଥାନ ଯେତେବେଳେ ଶ୍ରୀଦେବୀଙ୍କ ମୃତ୍ୟୁର ପତାଲଗାଇବାକୁ ଚେଷ୍ଟା କରିଥିଲେ ତେବେ ତାଙ୍କୁ ତଦନ୍ତ ବେଳେ ଅନେକ ଜିନିଷ ଜରିଆରେ ଏହା ମୃତ୍ୟୁ ନୁହେଁ ହତ୍ୟା ବୋଲି କହିଛନ୍ତି ଋଷିରାଜ ।

ପ୍ରକାଶ ଥାଉକି ଋଷିରାଜ ନିଜ ବନ୍ଧୁଙ୍କ ମୃତ୍ୟୁରେ ତାଙ୍କୁ ନେଇ ଏକ ନୋଟ ଲେଖିଛନ୍ତି । ସେଥିରେ ସେ ବନ୍ଧୁଙ୍କ ଅପରାଧ ଏବଂ ମର୍ଡର ମିଷ୍ଟ୍ରିକୁ ନେଇ ଆଶ୍ଚର୍ଯ୍ୟଜନକ କଥାର ଉଲ୍ଲେଖ କରିଛନ୍ତି । ଏଥିରେ ସାମିଲ ଅଛି ଶ୍ରୀଦେବୀଙ୍କ ମୃତ୍ୟୁ ମଧ୍ୟ । ସେ ଲେଖିଛନ୍ତି କି କୌଣସି ବି ଲୋକ ନିଶାରେ ଗୋଟିଏ ଫୁଟର ବାଥଟପରେ ବୁଡିପାରିବ ନାହିଁ ।

For All Latest Updates

ABOUT THE AUTHOR

...view details