ମୁମ୍ୱାଇ: କୋରୋନା ସହ ଲଢୁଛନ୍ତି ଫେମସ ସିଙ୍ଗର ବାଲସୁବ୍ରମଣ୍ୟମ । ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ଫିଜିଓଥେରାପି ଚିକିତ୍ସା ଚାଲିଛି ବୋଲି ପୁଅ ଏସପି ଚରଣ ଗାୟକଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି ।
ବାଲସୁବ୍ରମଣ୍ୟମଙ୍କ ଫିଜିଓଥେରାପି ଚିକିତ୍ସା ବିଷୟରେ ଜଣାଇଲେ ପୁ୍ଅ ଚରଣ ଏକ ଭିଡିଓରେ ଚରଣ କହିଛନ୍ତି ଯେ, ପିତାଙ୍କ ଫିଜିଓଥେରାପି ଚିକିତ୍ସା ଚାଲିଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ଅଛି ।
ଅଗଷ୍ଟ 5 ରେ ବାଲସୁବ୍ରମଣ୍ୟମଙ୍କ କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚେନ୍ନାଇର ଏମଜିଏମ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ ମେଡିକାଲ୍ କେୟାର (ଆଇସିୟୁ) କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏବେ ତାଙ୍କୁ ଇସିଏମଓ ସହାୟତା ପ୍ରଦାନ କରାଯାଉଛି ।
ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।