ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ବ୍ୟତୀତ ସାମାଜିକ-ରାଜନୀତି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିଛି ଦିନରୁ ସେ ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରୁଥିବା ନଜର ଆସୁଛନ୍ତି । ଯାହାପରେ ଏହି ଚର୍ଚ୍ଚା ହେଉଛି ଯେ ସେ ରାଜନୀତିରେ ପଦାର୍ପଣ କରିବେ। ଇତିମଧ୍ୟରେ ତାଙ୍କ ରାଜନୀତିରେ ପ୍ରବେଶ କରିବା ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି।
ରାଜନୀତିରେ ଏବେ ଏଣ୍ଟ୍ରି କରିବେନି ରଜନୀକାନ୍ତ
ସାମ୍ନାକୁ ଆସିଲା ରଜନୀଙ୍କୁ ନେଇ ନୂଆ ଖବର । ବର୍ତ୍ତମାନ ରାଜନୀତିଠୁ ଦୂରେଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...
ଆଉ ଶିଣିବାକୁ ମିଳୁଛି ଯେ ସେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବେ ନାହିଁ । ଏହି ନିଷ୍ପତ୍ତି ସେ କୋରୋନା ସଙ୍କଟ ଦୃଷ୍ଟିରୁ ରଖି ନେଇଛନ୍ତି। ପ୍ରତିଦିନ କୋରୋନା ସଂକ୍ରମିତ ସଂଖ୍ୟା ଦେଶର ବଢିବାରେ ଲାଗିଛି । ସେହିପରି ଅନେକ ବଡ ସେଲିବ୍ରିଟି ଏହି ମହାମାରୀର ଶିକାର ହୋଇସାରିଲେଣି। ଏଭଳି ପରିସ୍ଥିତିରେ ରଜନୀକାନ୍ତଙ୍କ ରାଜନୀତିର ଅନୁପସ୍ଥିତି ଏକ ବଡ ନିଷ୍ପତ୍ତି ଭାବରେ ଦେଖାଯାଉଛି।
ଏହି ସୂଚନା ଟ୍ରେଡ ଆନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆରେ ଦେଇଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, ‘ଆଜିର ହଟ୍ ନ୍ୟୁଜ । ଅନେକ ମିଡିଆ ଆଉଟଲେଟ୍ସରେ ଦେଖିବାକୁ ମିଳୁଛି ଯେ ସୁପରଷ୍ଟାର ରଜନୀକାନ୍ତ ନିଜ ପରାର୍ମଶଦାତାଙ୍କୁ ଏକ ଇଣ୍ଟରନାଲ ନୋଟ୍ ଲେଖିଛନ୍ତି। ଯେଉଁଥିରେ କହିଛନ୍ତି କୋରୋନା ଏବଂ ନିଜ ସ୍ବାସ୍ଥ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରି କରିବେ ନାହିଁ । ମହାମାରୀ ସମୟରେ ପୋଙ୍ଗଲରେ ପାର୍ଟି ଲଞ୍ଚ କରିବା କଷ୍ଟଦାୟକ ।’