ଓଡିଶା

odisha

ETV Bharat / sitara

Sooryavanshi ସେଟରେ ରଣବୀରଙ୍କ ବସିବା ଶୈଳୀ, ଏମିତି କହିଲେ ଛତିଶଗଡ଼ DG

'ସୂର୍ଯ୍ୟବଂଶୀ' ସୁଟିଂ ସେଟ ଫଟୋରେ ଭୁଲ ବାହାର କଲେ ଛତିଶଗଡ଼ ଡିଜି ଆର.କେ ବିଜ । ଏମିତି ପ୍ରତିକ୍ରିୟା ରଖିଲେ ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର । ଅଧିକ ପଢନ୍ତୁ...

By

Published : Sep 26, 2021, 4:21 PM IST

Sooryavanshi ସେଟରେ ରଣବୀରଙ୍କ ବସିବା ଶୈଳୀ, ଏମିତି କହିଲେ ଛତିଶଗଡ଼ DG
Sooryavanshi ସେଟରେ ରଣବୀରଙ୍କ ବସିବା ଶୈଳୀ, ଏମିତି କହିଲେ ଛତିଶଗଡ଼ DG

ମୁମ୍ବାଇ:'ସୂର୍ଯ୍ୟବଂଶୀ' ସୁଟିଂ ସେଟର ବିହାଇଣ୍ଡ-ଦି-ସିନ ଫଟୋକୁ ନେଇ ଏବେ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଚର୍ଚ୍ଚା । ଅଜୟ ଦେବଗନ ଫିଲ୍ମର ରିଲିଜ ତାରିଖ ସହିତ ଫଟୋକୁ ପୋଷ୍ଟ କରିବା ପରେ ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ଛତିଶଗଡ଼ ଡିଜି କମେଣ୍ଟ୍ସ ଦେବା ପରେ ଅକ୍ଷୟ ମଧ୍ୟ ଏହାର ପ୍ରତିକ୍ରିୟା ରଖିଛନ୍ତି । ଯାହାକି ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ଖୁବ ପସନ୍ଦ ଆସିଛି ।

କୋରୋନା ମହାମାରୀରେ ସୁଧାର ଆସିବା ପରେ ମହାରାଷ୍ଟ୍ର ସରକାର ରାଜ୍ୟରେ ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଖୁସିବ୍ୟକ୍ତ କରିବା ସହିତ 'ସୂର୍ଯ୍ୟବଂଶୀ' ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହା ସହିତ ସେ ସୁଟିଂ ସେଟର ବିହାଇଣ୍ଡ-ଦି-ସିନର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରଣବୀର ସିଂ ଟେବୁଲ ଉପରେ ବସିଥିବା ବେଳେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ, ଅକ୍ଷୟ ଓ ଅଜୟ ଦେବଗନ ଠିଆ ହୋଇଛନ୍ତି । ଫିଲ୍ମରେ ରଣବୀର ଇନସପେକ୍ଟର ଭୂମିକାରେ ଥିବା ବେଳେ ଅକ୍ଷୟ ଅଛନ୍ତି SP ।

ତେବେ ଛତିଶଗଡ଼ର ଡିଜି ଆର.କେ ବିଜ ଏହି ଫଟୋକୁ ନେଇ ଦେଇଥିଲେ କମେଣ୍ଟ । ଯେଉଁଥିରେ ସେ ଲେଖିଥିଲେ ଯେ ଇନସପେକ୍ଟର ସାହାବ( ରଣବୀର) ବସିଛନ୍ତି, ଆଉ ଏସପି(ଅକ୍ଷୟ) ଠିଆ ହୋଇଛନ୍ତି । ବାସ୍ତବରେ ଏମିତି ହୁଏ ନାହିଁ । ତେବେ ଡିଜିଙ୍କ ଏହି ଟ୍ବିଟ ଉପରେ ଅକ୍ଷୟ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ଏହି ଫଟୋଟି ହେଉଛି ସୁଟିଂ ନ ହେଉଥିବା ସମୟର ଫଟୋ । କଳାକାରଙ୍କ ପାଇଁ କ୍ୟାମେରା ଅନ୍‌ ହେଲେ ସେମାନେ ଭୂମିକାକୁ ପଳାଇ ଆସିଥାନ୍ତି, ଏବଂ ସମସ୍ତ ପ୍ରକାର ପ୍ରୋଟୋକଲ ମାନିଥାନ୍ତି । ତେବେ ଆମ ଦେଶର ମହାନ ପୋଲିସ ବଳକୁ ସେ ପ୍ରଣାମ ଜଣାଇଥିଲେ । ତେବେ ଡିଜି ଫିଲ୍ମଟି ଦେଖିଲେ ତାଙ୍କୁ ପସନ୍ଦ ଆସିବ ବୋଲି ଅକ୍ଷୟ କହିଥିଲେ ।

ଏହାପରେ ଅକ୍ଷୟଙ୍କ ଜବାବକୁ ମଧ୍ୟ ଡିଜି ସ୍ବାଗତ କରିଥିଲେ ଏବଂ କହିଥିଲେ ଫିଲ୍ମ ଦେଖିବାକୁ ନିଶ୍ଚୟ ଯିବେ । ସୂଚନା ଥାଉ କି ଆର.କେ ବିଜ ୧୯୮୮ ବ୍ୟାଚର IPS ଅଧିକାରୀ ଥିବା ବେଳେ ସେ ଛତିଶଗଡ଼ର ସ୍ପେଶାଲ ଡିଜିପି ଭାବେ କାର୍ଯ୍ୟ କରୁଛନ୍ତି । ବିଜ ଟ୍ବିଟରରେ ସକ୍ରିୟ ରହୁଥିବା ବେଳେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଟ୍ବିଟ କରି ନିଜର ମତ ଦେଇଥାନ୍ତି । ସେପଟେ ବିଜଙ୍କ ଏହି ଟ୍ବିଟ ଉପରେ ଫ୍ୟାନ୍ସଙ୍କ ମିକ୍ସ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଏହି ମଜାକକୁ ବୁଝି ହସିଥିବା ବେଳେ ଅନ୍ୟ କିଛି ଆକ୍ଟରଙ୍କୁ ସମାଲୋଚନା କରିଛନ୍ତି ।

ସୂର୍ଯ୍ୟବଂଶୀ ଫିଲ୍ମରେ ଏହି ୩ କଳାକାରଙ୍କ ସହିତ କ୍ୟାଟ୍ରିନା କୈଫ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମଟି ଗତବର୍ଷ ମାର୍ଚ୍ଚ ୨୪ ତାରିଖରେ ରିଲିଜ ହେବାର ଯୋଜନା କରାଯାଇଥିଲା । କିନ୍ତୁ କୋରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଯାଇଥିଲା । ବର୍ତ୍ତମାନ ଫିଲ୍ମଟି ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details