ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ଫିଲ୍ମ ଭାରତ ପାଇଁ କାଫି ବ୍ୟସ୍ତ ଅଛନ୍ତି । କିଛିଦିନ ତଳେ କ୍ୟାଟ୍ରିନା ନେହା ଧୁପିଆଙ୍କ ଶୋ ‘ବିଏଫଏଫ ୱିଥ ଭୋଗ’ କୁ ଯାଇଥିଲେ ତାଙ୍କ ସହ ଥିଲେ ଭୋଗ ଇଣ୍ଡିଆ ମାଗାଜିନର ଫ୍ୟାସନ ନିର୍ଦ୍ଦେଶକ ଅନିତା ସ୍ରଫ ଅଦଜାନିଆ ।
ଶୋରେ ଦୁହିଁଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । ତେବେ ଇଣ୍ଡଷ୍ଟ୍ରିରେ କାହାର ଜିମ ଲୁକ ଓଭର ଦି ଟପ ଲାଗେ ବୋଲି ପଚାରିଥିଲେ ନେହା, କ୍ୟାଟ୍ରିନାଙ୍କୁ । ଏଥିରେ କ୍ୟାଟ୍ରିନା କହିଥିଲେ ଜାହ୍ନବୀଙ୍କ ଜିମ ଲୁକ ଓଭର ନଲାଗିଲେ ମଧ୍ୟ ତାଙ୍କ ଅତି ଶର୍ଟ ଡ୍ରେସ ଚିନ୍ତାର ବିଷୟ ।