ଓଡିଶା

odisha

ETV Bharat / sitara

ପୁଣି ଓଜନକୁ ନେଇ ଟ୍ରୋଲ ସୋନାକ୍ଷୀ

ଟ୍ରୋଲ ହେବା ସୋନାକ୍ଷୀଙ୍କ ନିତିଦିନିଆ କାମ ହୋଇଗଲାଣି । ସେ କେବେ ମଧ୍ୟ ଟ୍ରୋଲର୍ସଙ୍କ ଶିକାରରୁ ବଞ୍ଚିପାରୁନାହାଁନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

By

Published : Jul 6, 2020, 8:26 PM IST

ମୁମ୍ବାଇ: ସୋସିଆଲ ମିଡିଆ ଓ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ସମ୍ପର୍କ କିଛି ଦିନ ହେବ ଖରାପରେ ଚାଲିଛି । ଟ୍ରୋଲିଂର ସାମ୍ନା କରି ଥକିଗଲେଣି ସୋନା । ତାଙ୍କର ପଦେ ପଦେ କଥାରେ ଟ୍ରୋଲ କରିବାକୁ ରେଡ୍ଡି ବସିଛନ୍ତି ଟ୍ବିଟର ୟୁଜର୍ସ ।

ରବିବାର ରାତିରେ ପୁଣି ଟ୍ରୋଲର୍ସଙ୍କ ସାମ୍ନା କରିଥିଲେ ସୋନାକ୍ଷୀ । ଯାହାର କାରଣ ଥିଲା ସେ ନିଜର ଓଜନ ବିଷୟରେ କଥା ହେବା । ଯାହାକୁ ଆଧାର କରି ଟ୍ରୋଲର୍ସ ତାଙ୍କ ମଜାକ ଉଡାଇବା ସହ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟ ମଜାକ ଉଡାଇଛନ୍ତି ।

ପ୍ରକାଶ ଥାଉକି ସୋନାକ୍ଷୀ ଏକ ମାଗାଜିନ ସହ କଥାବାର୍ତ୍ତା କରି ଜଣାଇଥିଲେ ଯେ ସେ କିପରି ଦବଙ୍ଗ ଫିଲ୍ମ ପାଇଁ 30 କେଜି ଓଜନ କମ କରିଥିଲେ । ତଥାପି ଲୋକେ ତାଙ୍କୁ ମୋଟା ହେବା କଥା କହୁଥିଲେ । ଏବି ବୟାନ ଉପରେ ଫ୍ୟାନ୍ସ ତାଙ୍କୁ ସପୋର୍ଟ କରିଥିଲେ ।

ଆଉ ବିରୋଧ କରି ଜଣେ ୟୁଜର ଲେଖିଥିଲେ, ‘ସୋନାକ୍ଷୀ ଯଦି ପୁଣିଥରେ ତୁମେ ମୋଟା ହୋଇଯିବ ତେବେ ଆପଣ 30 କେଜି ହ୍ରାସ କରିବାକୁ କେତେ ଚେଷ୍ଟା କଲେ ତାହା ଗୁରୁତ୍ବପୂର୍ଣ୍ଣ ରହିବ ନାହିଁ ।’ ଏହିପରି ଅନେକ କମେଣ୍ଟ କରିଛନ୍ତି ୟୁଜର୍ସ ।

ABOUT THE AUTHOR

...view details