ଓଡିଶା

odisha

ଟ୍ରେଣ୍ଡ କରୁଛି 'ଖାନଦାନୀ ସଫାଖାନା'ର ଦ୍ବିତୀୟ ଟ୍ରେଲର

'ଖାନଦାନୀ ସଫାଖାନା'ର ନିର୍ଦ୍ଦେଶକ ଶିଳ୍ପା ଦାସଗୁପ୍ତାଙ୍କ ଅନୁଯାୟୀ ଯୌନ ସମ୍ପର୍କ ସମସ୍ୟା ବିଷୟରେ ଲୋକେ ଖୁଲମଖୁଲା କଥା ହେବାର ଆବଶ୍ୟକ ଅଛି । ଯାହା ତାଙ୍କ ଫିଲ୍ମର ଦ୍ବିତୀୟ ଟ୍ରେଲରରେ ଦେଖିବାକୁ ମିଳୁଛି ।

By

Published : Jul 24, 2019, 3:14 PM IST

Published : Jul 24, 2019, 3:14 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଅପକମିଂ ଫିଲ୍ମ 'ଖାନଦାନୀ ସଫାଖାନା' ଦ୍ବିତୀୟ ଟ୍ରେଲର ଜୁଲାଇ 22ରେ ରିଲିଜ ହୋଇଯାଇଛି । ଏହି ଟ୍ରେଲରରେ ସୋନାକ୍ଷୀ ଖୁଲମଖୁଲା ଯୌନ ସମ୍ପର୍କ ସମସ୍ୟା ବିଷୟରେ କଥା ହେଉଥିବାର ନଜର ଆସୁଛନ୍ତି । ଏଯାବତ ଏହି ଟ୍ରେଲରକୁ 13 ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି । ଖାଲି ଏତିକି ନୁହେଁ, ଟ୍ରେଲରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି ।

ଏହି ଅବସରରେ 'ଖାନଦାନୀ ସଫାଖାନା'ର ନିର୍ଦ୍ଦେଶକ ଶିଳ୍ପା ଦାସ ଗୁପ୍ତା କହିଛନ୍ତି କି ଭାରତୀୟ ସର୍ବସାଧାରଣରେ ଯୌନ ସମ୍ପର୍କ ବିଷୟରେ କଥା ହେବାକୁ ପଛ ଘୁଞ୍ଚା ଦିଅନ୍ତି । ଯଦି ସେକ୍ସ ସହ ସମ୍ପୃକ୍ତ ଥିବା ସମସ୍ୟା ବିଷୟରେ ଖୁଲମଖୁଲା କଥା କରାଯାଏ, ତେବେ ଏହାର ସମାଧାନ କରିବାର ସାହାଯ୍ୟ ମିଳିପାରିବ । ଏହି କାରଣ ପାଇଁ ସେ 'ଖାନଦାନୀ ସଫାଖାନା' ତିଆରି କରିଛନ୍ତି ।

ଯେଉଁଥିରେ ଜଣେ ଝିଅର କାହାଣୀକୁ ପର୍ଯ୍ୟବେଷିତ କରାଯାଇଛି । ଯିଏ ଫିଲ୍ମରେ ନିଜ ମୃତ ଅଙ୍କଲଙ୍କ ପଞ୍ଜାବସ୍ଥିତ ସେକ୍ସ କ୍ଲିନିକ ଚଲାଇବାକୁ ଚେଷ୍ଟା କରୁଥିବାର ଦେଖାଯିବେ । ଫିଲ୍ମରେ ସୋନାକ୍ଷୀ, ବେବି ବେଦୀଙ୍କ ଭୂମିକାରେ ନଜର ଆସିବେ ।

ତାଙ୍କ ବ୍ୟତୀତ ଫିଲ୍ମରେ ରାପର ବାଦଶାହ, ବରୁଣ ଶର୍ମା, ଅନ୍ନୁ କପୁର, କୁଲଭୂଷଣ ଖରବନ୍ଦା, ନାଦିରା ବବ୍ବର ଓ ପ୍ରିୟାଂଶୁ ଜେରା ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ । ଏହି ଫିଲ୍ମର ଜରିଆରେ ରାପର ବାଦଶାହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମଟି ଅଗଷ୍ଟ 2ରେ ରିଲିଜ ହେବ ।

ABOUT THE AUTHOR

...view details