ଯାଜପୁର: ବଡଚଣା ଥାନା ଦର୍ପଣୀ କୋଟରକ୍ଷୀ ମନ୍ଦିରରୁ କିଛି ଦୁର୍ବୃତ୍ତ ଗତକାଲି ରାତିରେ ମାଙ୍କର ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେବା ସହିତ ମନ୍ଦିରରେ ଥିବା ମା’ଙ୍କ ସୁନାରୂପା ଅଳଙ୍କାରକୁ ଲୁଟିନେଇଛି ।
ମନ୍ଦିରରୁ ମୂର୍ତ୍ତି ଚୋରି, ସିସିଟିଭିରେ କଏଦ ହେଲା ଚୋରର ଚେହେରା
ଯାଜପୁରରେ ପୁଣି ମନ୍ଦିର ମୂର୍ତ୍ତି ଚୋରି ଘଟଣା ସାମ୍ନାକୁ ଆସିଛି । ଏଥର କୋଟରକ୍ଷୀ ମନ୍ଦିରରୁ କିଛି ମୂଲ୍ୟବନା ମୂର୍ତ୍ତି ସହ ମା'ଙ୍କ ସୁନାରୂପା ଅଲଙ୍କାର ଚୋରି କରିଛନ୍ତି ଦୁର୍ବୃତ୍ତ ।
ମନ୍ଦିରରୁ ମୂର୍ତ୍ତି ଚୋରୀ
ଏନେଇ ମନ୍ଦିର କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବଡଚଣା ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରଙ୍କ ଚେହେରା କଏଦ ହୋଇଥିବା ବେଳେ ପୁଲିସ ଫୁଟେଜକୁ ଅଧାର କରି ଚୋରଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ