ଓଡିଶା

odisha

By

Published : Mar 20, 2020, 2:31 PM IST

ETV Bharat / sitara

କୋରୋନା ଭୟ: ରାମନବମୀ ମେଳା ରଦ୍ଦ କରିବାକୁ ଗାୟକ ବିଶାଲଙ୍କ ଅପିଲ

ଟ୍ବିଟ କରି କୋରୋନା ଭାଇରସରେ ଚିନ୍ତା ପ୍ରକାଶ କଲେ ଗାୟକ ବିଶାଲ ଦଦଲାନୀ। ଅଧିକ ପଢନ୍ତୁ...

vishal dadlani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଶାଲ ଦଦଲାନୀ

ମୁମ୍ବାଇ: ବଲିଉଡ କଳାକାର କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଅନେକ ପ୍ରାୟସ ଚଲାଇଛନ୍ତି । ସେ ସୋସିଆଲ ମିଡିଆ ଜରିଆରେ ଜନସାଧାରଣଙ୍କୁ ସୁରକ୍ଷିତ ରହିବାର ପରାର୍ମଶ ମଧ୍ୟ ଦେଉଥିବାର ନଜର ଆସୁଛନ୍ତି। ଇତିମଧ୍ୟରେ ବି-ଟାଉନର ଫେମସ ଗାୟକ ବିଶାଲ ଦଦଲାନୀ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ରାମନବମୀ ମେଳାକୁ ରଦ୍ଦ କରିବାକୁ ଅପିଲ କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ ବିଶାଲ ଦଦଲାନୀ

ଏହାସହ ସେ ନିଜ ଟ୍ବିଟରେ ସିଏଏ ଓ ଏନଆରପି ବିରୋଧ ପ୍ରଦର୍ଶନକୁ କିଛି ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିବାକୁ ଦାବି ମଧ୍ୟ କରିଛନ୍ତି। ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ତାଙ୍କ ଟ୍ବିଟ ଉପରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି।

ପ୍ରକାଶ ଥାଉକି କୋରୋନା ଭାଇରସରେ ଏଯାବତ ଭାରତରେ 4 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାକୁ ଆଧାର କରି ପିଏମ ମୋଦି ଗୁରୁବାର ଜନତା କର୍ଫ୍ୟୁ ରବିବାର ଲାଗୁ କରିବାକୁ ସ୍ଥିର କରିଛନ୍ତି । ଏହାସହ ସେ ଜନସାଧାରଣଙ୍କୁ ଏହାକୁ ପାଳନ କରିବାକୁ ଅପିଲ ମଧ୍ୟ କରିଛନ୍ତି । ସେହିପରି ଜନତା କର୍ଫ୍ୟୁର ସପୋର୍ଟରେ ଅନେକ କଳାକାର ନଜର ଆସୁଛନ୍ତି ।

ABOUT THE AUTHOR

...view details