ହାଇଦ୍ରାବାଦ: ‘ଜବରୀୟାଁ ଯୋଡି’ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକ ଶେରଶାହା ସୁଟିଂରେ ବ୍ୟସ୍ତ ଅଛନ୍ତି । କାରଗିଲ ଅଞ୍ଚଳରେ ଫିଲ୍ମର ସୁଟିଂ କରାଯାଉଛି । ଏହି ସମୟରେ ସେଟରୁ ଫଟୋ ସେୟାର କରିଛନ୍ତି ଅଭିନେତା ସିଦ୍ଧାର୍ଥ ।
କାରଗିଲରେ କ୍ରିକେଟ ଖେଳିଲେ ସିଦ୍ଧାର୍ଥ ମଲହୋତ୍ରା
ଶେରଶାହା ସୁଟିଂ ପାଇଁ କାରଗିଲରେ ପହଞ୍ଚିଛନ୍ତି ସିଦ୍ଧାର୍ଥ ମଲହୋତ୍ରା । କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକରେ ଅଭିନୟ କରିବେ ସିଦ୍ଧାର୍ଥ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/sidmalhotra
ସୁଟିଂରୁ ସମୟ ବାହାର କରି କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ପ୍ରକାଶଥାଉକି, କ୍ୟାପଟେନ ବିକ୍ରମ ବର୍ତ୍ତା 1999 ମସିହାରେ କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ବୀରତ୍ବର ସହ ଲଢି ଶହିଦ ହୋଇଥିଲେ । ତାଙ୍କୁ ପରମବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତେବେ ଫିଲ୍ମରେ ସିଦ୍ଧାର୍ଥଙ୍କ ସହ କିଆରା ଆଡଭାନୀ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବେ କରନ ଜୋହର ଓ ବିଷ୍ଣୁ ଭରଦାନ ନିର୍ଦ୍ଦେଶନା ଦେବେ ।