ଓଡିଶା

odisha

By

Published : Oct 12, 2019, 2:19 PM IST

ETV Bharat / sitara

‘ବାଲା’ ଓ ‘ଉଜଡା ଚମନ’ ମୁହାଁମୁହିଁରେ ପ୍ରଭାବିତ ‘ମରଜାୱାଂ’

ଚଳିତ ବର୍ଷ ନଭେମ୍ବର ଫିଲ୍ମ ରିଲିଜକୁ ନେଇ ଚର୍ଚ୍ଚାର ପରିସରକୁ ଆସିଯାଇଛି। ଗୋଟିଏ ମାସରେ ତିନୋଟି ଫିଲ୍ମର ମଜା ଉଠାଇବେ ଦର୍ଶକ । ‘ବାଲା’, ‘ଉଜଡା ଚମନ’ ଓ ‘ମରଜାୱାଂ’ ପ୍ରେକ୍ଷାଳୟରେ ହେବେ ମୁହାମୁହିଁ।

ଡିଜାଇନ ଫଟୋ

ମୁମ୍ବାଇ: ଦୁଇଦିନ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ବାଲା’ ଟ୍ରେଲର ଏବଂ ନୂଆ ରିଲିଜ ତାରିଖ ସାମ୍ନାକୁ ଆସିବା ପରେ ବଲିଉଡରେ ଚହଳ ସୃଷ୍ଟି ହୋଇଛି । ‘ବାଲା’ ମେକର୍ସଙ୍କ ଏହି ନିଷ୍ପତ୍ତି ପରେ ବହୁ ପ୍ରତୀକ୍ଷିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ମରଜାୱାଂ’ ର ତୃତୀୟ ଥର ରିଲିଜ ତାରିଖ ପରିବର୍ତ୍ତନ କରାଯାଇଛି।

କଥାଟି ହେଲା ପୂର୍ବରୁ ‘ବାଲା’ର ରିଲିଜ ତାରିଖ ନଭେମ୍ବର 22 ରଖାଯାଇଥିଲା । ଅନ୍ୟପଟେ ଏହି ଥିମ ଉପରେ ନିର୍ମାଣ ହୋଇଥିବା ସନି ସିଂହଙ୍କ ‘ଉଜଡା ଚମନ’ର ଜବରଦସ୍ତ ଟ୍ରେଲର ଠିକ୍ ସମୟରେ ରିଲିଜ ହୋଇଥିଲା। ଟ୍ରେଲର ଲୋକପ୍ରିୟତା ଦେଖି ‘ବାଲା’ ମେକର୍ସ ଫିଲ୍ମର ରିଲିଜ ଡେଟ ନଭେମ୍ବର 7 କରି ଦେଇଛନ୍ତି।

‘ବାଲା’ ଓ ‘ଉଡଜା ଚମନ’ର ରିଲିଜ ଲଢେଇରେ ସବୁଠାକୁ ଅଧିକ ପ୍ରଭାବିତ ହୋଇଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ମରଜାୱାଂ’ । ଏହି ଫିଲ୍ମଟି ପ୍ରଥମେ ନଭେମ୍ବର 22ରେ ରିଲିଜ ହୋଇଥାନ୍ତା । ତେବେ ‘ବାଲା’ ପାଇଁ, ଏହାର ମେକର୍ସ ନଭେମ୍ବର 8କୁ ରିଲିଜ ତାରିଖ କରି ଦେଇଥିଲେ। ଏବେ କିନ୍ତୁ ‘ମରଜାୱାଂ’ ମେକର୍ସଙ୍କୁ ପୁଣିଥରେ ହଟହଟା ହେବାକୁ ପଡୁଛି । ନଭେମ୍ବର 7, 8ରେ ‘ବାଲା’ ଓ ‘ଉଜଡା ଚମନ’ ରିଲିଜ ହେବାକୁ ଯାଉଥିବା ବେଳେ ‘ମରଜାୱାଂ’ର ରିଲିଜ ଡେଟ ଏବେ ତୃତୀୟ ଥର ପରିବର୍ତ୍ତନ କରି ମେକର୍ସ ନଭେମ୍ବର 15 କରିଛନ୍ତି।

ଏହାର ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ ଓ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ଏବେ ଦେଖିବା ବାକି ରହିଲା ନଭେମ୍ବରରେ ହେବାକୁ ଯାଉଥିବାର ବକ୍ସ ଅଫିସ ଲଢେଇରେ କିଏ ବାଜିମାତ କରୁଛି, କେଶ ଝଡୁଥିବା ସମସ୍ୟାରେ ଚିନ୍ତିତ ଥିବା ଦୁଇ ଯୁବକ ନା ପ୍ରେମରେ ଜୀବନ ଦେବାରୁ ପ୍ରସ୍ତୁତ ଥିବା ଜଣେ ଦିୱାନା।

ABOUT THE AUTHOR

...view details