ମୁମ୍ବାଇ: ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମ 'କବୀର ସିଂ' ଏହି ସମୟରେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିପଡିଛି । ଏହି ଫିଲ୍ମରେ ତାଙ୍କ ସହ ପ୍ରଥମଥର ନଜର ଆସିଛନ୍ତି କ୍ୟୁଟ ଅଭିନେତା ଶାହିଦ କପୁର । କିୟାରାଙ୍କ ଅଭିନୟ ଦେଖି ତାଙ୍କ ଉପରେ ସାଧାରଣ ଦର୍ଶକ ଫିଦା ହେବା ସହ ବଲିଉଡ ସେଲିବ୍ରିଟିଜ ମଧ୍ୟ ଦିୱାନା ହୋଇଯାଇଛନ୍ତି ।
ଅନ୍ୟପଟେ ସେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ 'ଶେରଶାହ'ରେ ନଜର ଆସିବେ । ଆଉ ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ ସିଦ୍ଧାର୍ଥ ମାଲହୋତ୍ରା । କିଛି ଦିନ ହେବ ଏହି ଖବର ଜୋର ଧରିଛି ଯେ କିୟାରା ଓ ସିଦ୍ଧାର୍ଥ ପରସ୍ପରକୁ ଡେଟ କରୁଛନ୍ତି ।