ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି କନ୍ନଡ ଅଭିନେତ୍ରୀ ଶ୍ବେତା କୁମାରୀ । ଏବେ ମୁମ୍ବାଇ କୋର୍ଟ ଦ୍ବାରା ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।
ଶନିବାର ଦିନ ଏନସିବି ମୁମ୍ବାଇର ମିରା ରୋଡରେ ଥିବା ଏକ ହୋଟେଲରେ ଚଢାଉ କରିଥିଲା । ଏହି ସମୟରେ ଶ୍ବେତାଙ୍କୁ ଏନସିବି ଗିରଫ କରିଥିଲା ।
ସୂଚନା ଅନୁଯାୟୀ, ମୁମ୍ବାଇର ହୋଟେଲରେ ଚଢାଉ ସମୟରେ ଏନସିବି 400 ଗ୍ରାମ ଏମଡି ଜବତ କରିଥିଲା ।
ସୋମବାର ଦିନ ଶ୍ବେତାଙ୍କୁ 400 ଗ୍ରାମ ଏମଡି ମାମଲାରେ ପଚରାଉଚରା କରାଯାଇଥିଲା ।
ଏହି ଅଭିନେତ୍ରୀଙ୍କୁ ଗିରଫ କରିବା ସମୟରେ ଏନସିବି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଡଗ୍ସ ସପ୍ଲାୟର ସୟିଦ ଫେରାର ଅଛନ୍ତି । ଏହି ଚଢାଉ ବେଳେ ଏନସିବି ଟିମ୍ ଶ୍ବେତାଙ୍କ ବ୍ୟତୀତ ଡ୍ରଗ୍ସ ପେଡେଲର ଚାନ୍ଦ ମହମ୍ମଦଙ୍କୁ ଧରିଥିବାବେଳେ ଡଗ୍ସ ସପ୍ଲାୟର ସୟିଦ ଫେରାର ସେଠାରୁ ଫେରାର ହୋଇଯାଇଥିଲେ।
କହିବାକୁ ଗଲେ, ଶ୍ବେତା ସାଉଥ ଇଣ୍ତିୟାନ ଇଣ୍ତଷ୍ଟ୍ରି ରେ ଲୋ-ବଜେଟ୍ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ସେ 2015 କନ୍ନଡ ଚଳଚ୍ଚିତ୍ର 'ରିଙ୍ଗ ମାଷ୍ଟର 'ରେ ମଧ୍ୟ କାମ କରିଛନ୍ତି ।
ବର୍ତ୍ତମାନ ଏନସିବି ଶ୍ବେତାଙ୍କ ସହ ଏହି ମାମଲା ସହ ଜଡିତ ଅଧିକ ଲୋକଙ୍କ ନାମ ଜାଣିବାକୁ ଚେଷ୍ଟା କରିବ ।
ପ୍ରକାଶ ଥାଉ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଏହି ଡ୍ରଗ୍ସ ମାମଲାରେ ଏଯାବତ ଏନସିବି ଅନେକ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିସାରିଲାଣି । ଆଉ ଅନେକ ସେଲିବ୍ରିଟିଙ୍କୁ ପଚାରାଉଚରା କରିବା ସହ ସେମାନଙ୍କ ଘରେ ଚଢାଉ କରୁଛି ।