ଓଡିଶା

odisha

ETV Bharat / sitara

ଛୋଟ ପରଦାରେ ଡେବ୍ୟୁ କଲେ ପ୍ରେରଣାଙ୍କ ଝିଅ

ବିଜ୍ଞାପନ ଜରିଆରେ ଛୋଟ ପରଦାରେ ଡେବ୍ୟୁ କରିଛନ୍ତି ଟେଲିଭିଜନ ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଝିଅ ପଲକ । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଷ୍ଟାରପ୍ଲସର ଲୋକପ୍ରିୟ ଚରିତ୍ର ପ୍ରେରଣା ତଥା ମମ୍ମି ଶ୍ବେତା ।

By

Published : Apr 3, 2019, 4:18 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶ୍ବେତା ତିୱାରୀ

ନୂଆଦିଲ୍ଲୀ: ଛୋଟ ପରଦାର ପ୍ରେରଣା ଅର୍ଥାତ୍ ଶ୍ବେତା ତିୱାରୀଙ୍କ ଝିଅ ଡେବ୍ୟୁ କରିଛନ୍ତି । ସେ ନିଜ ଡେବ୍ୟୁ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରୁ ନୁହେଁ ବରଂ ଏକ ବିଜ୍ଞାପନରୁ କରିଛନ୍ତି । ତେବେ ଝିଅ ପଲକଙ୍କ ଡେବ୍ୟୁକୁ ନେଇ ବହୁତ ଖୁସି ଶ୍ବେତା । ଏହାସହ ସେ ଝିଅକୁ ନେଇ ମଧ୍ୟଗର୍ବିତ ।

ଏହି ଅବସରରେ ଶ୍ବେତା ସୋସିଆଲ ମିଡିଆରେ ପଲକଙ୍କ ସେହି ବିଜ୍ଞାପନ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ଶ୍ବେତା କ୍ୟାପସନରେ ଲେଖିଥିଲେ, "Me=Proud Mom!!!" ଶ୍ବେତାଙ୍କ ବନ୍ଧୁ ମଧ୍ୟ ପଲକଙ୍କ ଅଭିନୟର ଖୁବ୍ ପ୍ରଶଂସା କରିଛନ୍ତି । ଅଭିନେତା କରଣବୀର ବୋହରା ଲେଖିଛନ୍ତି, "Wow wow wow..... What a natural, just like mommie."
ଅନ୍ୟପଟେ ଅଭିନେତ୍ରୀ ରତି ପାଣ୍ଡେ ମଧ୍ୟ ପଲକଙ୍କ ଅଭିନୟର ପ୍ରଶଂସା କରି ଡେବ୍ୟୁ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶ ଥାଉକି ଶ୍ବେତା ବର୍ତ୍ତମାନ ପରଦାରେ ଫେରିବା ନେଇ ମଧ୍ୟପ୍ରସ୍ତୁତି ଚଳାଇଛନ୍ତି । ସେ ଅଲ୍ଟ ବାଲାଜୀର ରୋମାଣ୍ଟିକ ସିରିଜ 'Hum, Tum aur Them'ରେ ନଜର ଆସିବେ । ଶ୍ବେତା ଅଭିନେତା ଅକ୍ଷୟ ଓବରାୟଙ୍କ ସହ ଏକାଠି ଦେଖାଯିବେ ।

For All Latest Updates

ABOUT THE AUTHOR

...view details