ଓଡିଶା

odisha

ETV Bharat / sitara

ବି-ଟାଉନକୁ ନେଇ ନିଜ ଅନୁଭବ ବଖାଣିଲେ ଶିଳ୍ପା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବର୍ତ୍ତମାନ 'ସୁପର ଡାନ୍ସର ଚ୍ୟାପ୍ଟର-3'ରେ ଜଜ୍ ରୂପେ ନଜର ଆସୁଛନ୍ତି । ଏହି ଶୋରେ ସେ ନିଜ କ୍ୟାରିୟର ସହ ସମ୍ପୃକ୍ତ ଥିବା ଏକ ବଡ କଥାର ଖୁଲାସା କରିଛନ୍ତି ।

By

Published : May 20, 2019, 9:59 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ

ମୁମ୍ବାଇ: ଶିଳ୍ପା ସେଟ୍ଟୀ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଏହି ସମୟରେ ସେ ପିଲାଙ୍କ ଡାନ୍ସ ରିୟାଲିଟି ଶୋ 'ସୁପର ଡାନ୍ସ ଚ୍ୟାପ୍ଟର-3'ରେ ନଜର ଆସୁଛନ୍ତି । ଶିଳ୍ପା ଏହି ଶୋର ଜାନ୍ । ସେ ଏହି ଶୋରେ ପ୍ରାୟତଃ ନିଜ ବିଷୟରେ କିଛି ନା କିଛି କହୁଥିବାର ମଧ୍ୟ ଦେଖାଯାଆନ୍ତି ।

ନିକଟରେ ସେ କହିଥିଲେ କି ମାତ୍ର 17 ବର୍ଷ ବୟସରେ ସେ ଏହି ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିଥିଲେ । ଏହିଠାରେ କିଛି ମଧ୍ୟ ସହଜରେ ମିଳିନଥାଏ । ଯେତେବେଳେ ସେ ସଫଳ ହେବାକୁ ଯାଉଥିଲେ, ତେବେ ସେ କିଛି ଜାଣି ନଥିଲେ । ସେ ହିନ୍ଦୀ ମଧ୍ୟ ଠିକରେ କହି ପାରୁନଥିଲେ । କ୍ୟାମେରା ସାମ୍ନାକୁ ଆସିବା ମାତ୍ରେ ସେ ବହୁତ ନର୍ଭସ ହୋଇଯାଉଥିଲେ ।

ତାଙ୍କୁ ବିନା କାରଣରେ ପ୍ରଯୋଜକ ଫିଲ୍ମରୁ ବାହାର ମଧ୍ୟ କରିଦେଇଥିଲେ । ସେହି ସମୟ ତାଙ୍କର ନଥିଲା । କିନ୍ତୁ ସବୁବେଳେ ପରିଶ୍ରମ କରୁଥିଲେ । ସେହି ପରିଶ୍ରମ ପାଇଁ ଆଜି ସେ ଏଠାରେ ଅଛନ୍ତି ବୋଲି କହିଥିଲେ ଶିଳ୍ପା ।

For All Latest Updates

ABOUT THE AUTHOR

...view details