ଓଡିଶା

odisha

ETV Bharat / sitara

ଲକଡାଉନରେ ଜନତାଙ୍କୁ ଫିଟ୍ ରଖିବେ ଶିଳ୍ପା, ଜାରି କଲେ ୱେଟ ଲସ ପ୍ରୋଗ୍ରାମ - ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଡାଏଟ ପ୍ଲାନ

ଶିଳ୍ପାଙ୍କ ୱେଟ ଲସ ପ୍ରୋଗ୍ରାମ ଓ ଡାଏଟ ପ୍ଲାନ ଏବେ ଜନସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା। ସେ ଲକଡାଉନରେ ଦେଶବାସୀଙ୍କୁ ଫିଟ୍ ରଖିବାକୁ ଚାହୁଁଛନ୍ତି।

_shilpa shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

By

Published : Mar 28, 2020, 2:17 PM IST

ମୁମ୍ବାଇ: 21 ଦିନ ଲକଡାଉନ ସମୟରେ ଫ୍ୟାନ୍ସଙ୍କୁ ଶାନଦାର ଉପହାର ଦେଲେ ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା। ଯାହାଦ୍ବାରା ଅନେକ ଫ୍ୟାନ୍ସ ଘରେ ଫିଟ୍ ରହିପାରିବେ। ଆଜ୍ଞା ହଁ, ଶିଳ୍ପା ଫିଟ୍ ଇଣ୍ଡିଆ ଅଭିଯାନ ଜରିଆରେ 21 ଦିନର ୱେଟ ଲସ ପ୍ରୋଗ୍ରାମ ତିଆରି କରିଛନ୍ତି। ଯାହା ତାଙ୍କ ମୋବାଇଲ ଆପରେ ପୁରା ମାଗଣାରେ ମିଳିବ। ଘରେ ଲୋକଙ୍କୁ ଲକଡାଉନ ଥିବା ପର୍ଯ୍ୟନ୍ତ ଫିଟ୍ ରଖିବା ପାଇଁ ସେ ଏହି ପ୍ରୋଗ୍ରାମରେ ଡାଏଟ ପ୍ଲାନ ମଧ୍ୟ ତିଆରି କରିଛନ୍ତି।

ଏହା ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ଏମିତି ସମୟରେ ଫିଟ୍ ରହିବାର ଆବଶ୍ୟକ ଅଛି। ଲୋକେ ଶାରୀରିକ ଓ ମାନସିକ ରୂପେ ସକ୍ରିୟ ରହିବା ଦରକାର। ସମସ୍ତଙ୍କୁ ଜଣା ଅଛି ଯେ ଲକଡାଉନ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସମସ୍ତେ ନିଜକୁ କିପରି ରଖିଛନ୍ତି। ଏମିତି ପରିସ୍ଥିତିରେ ଦେଶବାସୀ ଫିଟ୍ ଇଣ୍ଡିଆ ଜରିଆରେ 21 ଦିନ ପର୍ଯ୍ୟନ୍ତ ଏକ୍ସରସାଇଜ ଓ ଡାଏଟ ପ୍ଲାନରେ ସୁସ୍ଥ ରହିବେ।

ୱେଟ ଲସ ପ୍ରୋଗ୍ରାମକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ଯାହାଦ୍ବାରା ଅନେକ ଲୋକ ଏହିଥିରେ ଭାଗ ନେବେ। ହେଲ୍ଥ ଇଜ ୱେଲ୍ଥ ତଥା ସ୍ବାସ୍ଥ୍ୟ ହିଁ ଜୀବନ। ଆଉ ନିଜ ସ୍ବାସ୍ଥ ଉପରେ ଧ୍ୟାନ ଦେବାକୁ ଏହାକୁ ଭଲ ସୁଯୋଗ ମିଳିପାରିବ ନାହିଁ ବୋଲି କହିଛନ୍ତି ଶିଳ୍ପା।

ABOUT THE AUTHOR

...view details