ମୁମ୍ବାଇ: ଜୁନ 21 ତଥା ଆସନ୍ତାକାଲି ବିଶ୍ବ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ଦେବ । ଏହାର ଦିନକ ପୂର୍ବରୁ ଅର୍ଥାତ୍ ଆଜି ବି-ଟାଉନର ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୁରଟରେ ପାଖାପାଖି 3000 ଲୋକଙ୍କ ସହ ଯୋଗ କରିଛନ୍ତି ।
3 ହଜାର ସୁରଟବାସୀଙ୍କ ସହ ଯୋଗ କଲେ ଶିଳ୍ପା - 3000
ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୁରଟବାସୀଙ୍କ ସହ ଯୋଗ ଅଭ୍ୟାସ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହାର ସୂଚନା ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି, "ବିଶ୍ବ ଯୋଗ ଦିବସ ପାଇଁ କାହିଁକି ଅପେକ୍ଷା କରିବା, ଯଦି ସବୁଦିନ ଯୋଗ ଦିବସ ହୋଇପାରିବ । 3000 ଲୋକଙ୍କ ସହ ଯୋଗ କରି ବହୁତ ଖୁସି ଲାଗୁଛି । ଆଉଥରେ ସୁରଟକୁ ଆସିବାକୁ ଅପେକ୍ଷା କରିପାରିବି ନାହିଁ ।"
ପ୍ରକାଶ ଥାଉକି ବଲିଉଡରେ ଶିଳ୍ପା ଏମିତି ଅଭିନେତ୍ରୀ ଯିଏ ସବୁବେଳେ ଯୋଗ କରି ନିଜକୁ ଏବଂ ନିଜ ପରିବାରକୁ ସୁସ୍ଥ ରଖିଥାଆନ୍ତି । ଅନ୍ୟପଟେ ଆଜି ଶିଳ୍ପାଙ୍କ ମା' ସୁନନ୍ଦା ସେଟ୍ଟୀଙ୍କ ଜନ୍ମଦିନ । ଏହି ଅବସରରେ ଶିଳ୍ପା ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ମା'ଙ୍କୁ ବର୍ଥଡେ ୱିଶ କରିଛନ୍ତି ।