ଓଡିଶା

odisha

ETV Bharat / sitara

ଡ୍ରେସକୁ ନେଇ ଶିଳ୍ପାଙ୍କୁ ଟ୍ରୋଲ କଲେ ପତି

ଶିଳ୍ପା ସେଟ୍ଟୀ ନିଜ ଆଉଟଫିଟକୁ ନେଇ ଅଧିକାଂଶ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେୟାର କରିଥିବା ଏକ ଫଟୋରେ କମେଣ୍ଟ କରିଛନ୍ତି ତାଙ୍କ ସ୍ବାମୀ ରାଜକୁନ୍ଦ୍ରା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶିଳ୍ପ ସେଟ୍ଟୀ

By

Published : Apr 26, 2019, 11:39 PM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବଲିଉଡର ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଆଉଟଫିଟ ସବୁବେଳେ ବେଶ ଷ୍ଟାଇଲିଶ ନଜର ଆସିଥାଏ । ଏବେ ନିଜ ଆଉଟଫିକୁ ନେଇ ସୋସିଆଲ ମିଡିଆ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା । ଏଥର କୌଣସି ୟୁଜର ନୁହେଁ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ତାଙ୍କୁ ଏମିତି କମେଣ୍ଟ କରିଛନ୍ତି, ଯାହା ଦେଖି ସମସ୍ତେ ନିହାତି ହସିବେ ।

ନିକଟରେ ଶିଳ୍ପା ଏମିତି ଏକ ଆଉଟଫିଟ ପିନ୍ଧିଥିଲେ, ଯାହାର ମଜାକ ରାଜ ଉଡାଇଥିଲେ । କିନ୍ତୁ ରାଜଙ୍କ ସେହି ମଜାକରେ ପତ୍ନୀଙ୍କ ପାଇଁ ଭରପୁର ପ୍ରେମ ମଧ୍ୟ ରହିଥିବାର ଦେଖିବାକୁ ମିଳିଛି ।

ଶିଳ୍ପା ଏକ ହ୍ବାଇଟ କଲରର ଷ୍ଟାଇଲିଶ ଆଉଟଫିଟ୍ ପିନ୍ଧିଥିଲେ । ସମସ୍ତେ ତାଙ୍କର ଏହି ଲୁକ ପାଇଁ ଖୁବ୍ ପ୍ରଶଂସା କରିଥିଲେ କିନ୍ତୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ କମେଣ୍ଟ କରି ଲେଖିଥିଲେ, "ଯେତେବେଳେ ଘରକୁ ଆସିବ ମୋ ଘର ପରଦା ସେହି ସ୍ଥାନରେ ପୁଣି ଟାଙ୍ଗି ଦେବ ।"

ରାଜଙ୍କ ଏହି କମେଣ୍ଟରେ ଶିଳ୍ପା ମଧ୍ୟ ମଜାଦାର ଜବାବ ଦେଇ ଲେଖିଥିଲେ, "ଏହି ପରଦା ସହ ତୁମକୁ ବି ଟାଙ୍ଗି ଦେବି ।"

ABOUT THE AUTHOR

...view details