ମୁମ୍ବାଇ: କୋରୋନା ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି ବଲିଉଡ ଆକ୍ଟ୍ରେସ । କୋରୋନା ପୀଡିତଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଅଭିନେତ୍ରୀ ଶିଖା ମାଲହୋତ୍ରା । ଏକ ମୁମ୍ବାଇ ହସ୍ପିଟାଲରେ ସେ ନର୍ସ ଭାବେ କାମ କରୁଥିବାର ଦେଖିବାକୁ ମିଳିଛି ।
କୋରୋନା ମୁକାବିଲା: ନର୍ସ ସାଜିଲେ ବଲିଉଡ ଅଭିନେତ୍ରୀ - ବଲିଉଡ ଅଭିନେତ୍ରୀ
କୋରୋନା ପୀଡିତଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଅଭିନେତ୍ରୀ ଶିଖା ମାଲହୋତ୍ରା । ଏକ ମୁମ୍ବାଇ ହସ୍ପିଟାଲରେ ସେ ନର୍ସ ଭାବେ କାମ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଶିଖା ଭେଟରାନ କଳାକାର ସଞ୍ଜୟ ମିଶ୍ରାଙ୍କ ସହ ‘କାଞ୍ଚି-ଲାଇଫ ଇନ ଏ ସ୍ଲଫ’ରେ ଆକ୍ଟିଂ କରିଛନ୍ତି । ଏବର୍ଷ ଫେବୃୟାରୀରେ ଏହି ରାଜସ୍ଥାନୀ ଫିଲ୍ମ ରିଲିଜ ହୋଇଥିଲା । ମାତ୍ର ଗୋଟିଏ ଫିଲ୍ମର ଅଭିଜ୍ଞତା ରଖିଥିବା ଯୁବ ଅଭିନେତ୍ରୀ ଶିଖାଙ୍କ ପାଖରେ ନର୍ସ ଡିଗ୍ରୀ ରହିଛି । ସେ ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଓ ସଫଦରଗଞ୍ଜ ହସ୍ପିଟାଲରୁ ଏହି ଡିଗ୍ରୀ ହାସଲ କରିଛନ୍ତି । ନିଜର ଏହି ଅଭିଜ୍ଞତାକୁ ସେ କାମରେ ଲଗାଇବେ ବୋଲି ନିଷ୍ପତ୍ତି ନେଇ ସ୍ବେଚ୍ଛାସେବୀ ଭାବେ ଆଗେଇ ଆସିଛନ୍ତି ।
ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶିଖା ଲେଖିଛନ୍ତି ଯେ ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକୁର ହସ୍ପିଟାଲରେ ସ୍ବେଚ୍ଛାସେବୀ ନର୍ସ ଭାବେ ସେ କାମ କରୁଛନ୍ତି । ଏକ ଆଇସୋଲେସନ ୱାର୍ଡରେ ସେ କୋରୋନା ଭାଇରସ ରୋଗୀଙ୍କ ସେବା କରୁଛନ୍ତି । ନିଜର ଏକ ଫଟୋ ସେୟାର କରି ସେଠାରେ ଥିବା ଡାକ୍ତର ଓ ନର୍ସଙ୍କ କାମ ସମ୍ପର୍କରେ କହିଛନ୍ତି । ଏହାସହ ସେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହ କ୍ବାରେଣ୍ଟାଇନ ପିରିୟଡ ମାନିବାକୁ ଅନୁରୋଧ କରିଛନ୍ତି । ଏହି କାମରେ ତାଙ୍କୁ ଆତ୍ମତୃପ୍ତି ମିଳୁଥିବାବେଳେ କୌଣସି ଜରୁରୀ ପରିସ୍ଥିତିରେ ଯୋଗାଯୋଗ କରିବାକୁ ସେ ଲୋକଙ୍କୁ କହିଛନ୍ତି ।