ହାଇଦ୍ରାବାଦ: ବିଗ୍ ବସ୍ 13 ରେ ଆସିଥିବା ଶେହନାଜ ଗ୍ଲାମର ଦୁନିଆରେ ତାଙ୍କ ଶୈଳୀ ଏବଂ ସୌନ୍ଦର୍ଯ୍ୟର ଏପରି ଛାପ ଛାଡିଛନ୍ତି ଯେ ସେ ବର୍ତ୍ତମାନ ଦର୍ଶକଙ୍କ ହୃଦୟରେ ସ୍ଥାନ ତିଆରି କରିସାରିଛନ୍ତି । ବିଗ୍ ବସ୍ 13 ପରଠାରୁ ଶେହାନାଜ୍ ପଛକୁ ଚାହିଁ ନାହାଁନ୍ତି । ଶୋ’ରୁ ବାହାରିବା ପରେ ଶେହନାଜ ତାଙ୍କ ଫିଗର ପ୍ରତି ଧ୍ୟାନ ଦେଇଥିଲେ । ଶେହନାଜଙ୍କ ପରିବର୍ତ୍ତନ ତାଙ୍କ ପ୍ରଶଂସକଙ୍କ ପାଇଁ ଚକିତ କରିଛି । ଏହା ବ୍ୟତୀତ ଶେହନାଜ ଗିଲ ତାଙ୍କ ଫଟୋସୁଟ ପାଇଁ ଅନେକ ଚର୍ଚ୍ଚାରେ ଅଛନ୍ତି । ଶେହନାଜଙ୍କ ନୂଆ ଫଟୋସୁଟ୍ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ଲୁକ୍ ଏବଂ ଫିଗରର ଢେର ପ୍ରଶଂସା କରାଯାଉଛି ।
ଚଳଚ୍ଚିତ୍ର ଜଗତର ଜଣାଶୁଣା ଫଟୋଗ୍ରାଫର ଡବୁ ରତ୍ନାନୀ ପୁଣି ଥରେ ଶେହନାଜ ଗିଲଙ୍କ ଫଟୋସୁଟ କରିଛନ୍ତି । ଡବୁ ବର୍ତ୍ତମାନ ପର୍ଯ୍ୟନ୍ତ ଶେହନାଜଙ୍କ ଅନେକ ଫଟୋସୁଟ୍ କରିଛନ୍ତି । ଏହି ଫଟୋସୁଟରେ ଶେହନାଜଙ୍କ ପୋଷାକ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରୁଛି । ଡବୁ ରତ୍ନାନୀଙ୍କ ଫଟୋସୁଟରେ, ଶେହନାଜଙ୍କୁ ଧଳା ଏବଂ ବାଇଗଣୀ ରଙ୍ଗର ଡ୍ରେସରେ ଅର୍ଥାତ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଶେହନାଜ ବାଇଗଣୀ ରଙ୍ଗର ପ୍ୟାଣ୍ଟ ସହିତ ଏକ ଧଳା ସାର୍ଟ ପିନ୍ଧିଛନ୍ତି । ହେୟାର ଷ୍ଟାଇଲକୁ ଫ୍ଲାଟ ଲୁକ୍ ଦେଇ ହାଲୁକା ମେକଅପ୍ ଏକ ଜବରଦସ୍ତ ଲୁକ୍ କ୍ରିଏଟ କରୁଛି । ଶେହନାଜ ଗିଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଫଟୋସୁଟ ସେୟାର କରିଛନ୍ତି ।