ଓଡିଶା

odisha

ETV Bharat / sitara

ଦେଶୀ ନୁହେଁ, ସୁହାନାଙ୍କୁ ପସନ୍ଦ ବିଦେଶୀ!

ବଲିଉଡ କିଙ୍ଗଖାନ ଶାହରୁଖଙ୍କ ଲାଡଲୀ ସୁହାନା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ଶୀର୍ଷରେ । କେବେ ନିଜ ହଟ ଅନ୍ଦାଜର ଫଟୋକୁ ନେଇ ତ କେବେ ବିଦେଶରେ ଅଭିନୟକୁ ନେଇ । କିନ୍ତୁ ଏବେ ସୁହାନା ଯେଉଁ କଥାକୁ ନେଇ ଚର୍ଚ୍ଚାରେ ତାହା ନିଜେ ଶାହରୁଖ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

By

Published : Feb 17, 2019, 11:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ମୁମ୍ବାଇ: ବଲିଉଡ କିଙ୍ଗଖାନ ଶାହରୁଖଙ୍କ ଲାଡଲୀ ସୁହାନା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ଶୀର୍ଷରେ । କେବେ ନିଜ ହଟ ଅନ୍ଦାଜର ଫଟୋକୁ ନେଇ ତ କେବେ ବିଦେଶରେ ଅଭିନୟକୁ ନେଇ । କିନ୍ତୁ ଏବେ ସୁହାନା ଯେଉଁ କଥାକୁ ନେଇ ଚର୍ଚ୍ଚାରେ ତାହା ନିଜେ ଶାହରୁଖ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ।


କଥା କଣକି ନିକଟରେ ସୁହାନା କାହା ସହ ଡେଟରେ ଯିବାକୁ ଚାହିଁବେ ତାହାକୁ ନେଇ ହୋଇଛି ଗୋଟିଏ ଖୁଲାସା । ଆଉ ଏହି ଖୁଲାସା ନିଜେ ସୁହାନା ହିଁ କରିଛନ୍ତି । ତେବେ ଚର୍ଚ୍ଚାର କାରଣ ହେଉଛି ସୁହାନା କୌଣସି ବଲିଉଡର ତାରକା ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରର ଷ୍ଟାରଙ୍କୁ ଡେଟ କରିବାକୁ ଚାହୁଁଛନ୍ତି । ଆଉ ଏହି ଷ୍ଟାର ଜଣକ ଖାଲି ଅଭିନେତା ନୁହେଁ ବରଂ ପପ ସିଙ୍ଗର, ରାଇଟର ଓ ମଡେଲ ମଧ୍ୟ । ଆଜ୍ଞା ସେ ହେଉଛନ୍ତି ସାଉଥ କୋରିଆନ ଷ୍ଟାର କିମ ଜୁନ ମ୍ୟୋଁ ଆକା ସୁହୋ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ସୁହାନା ଏହି କଥା ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରକାଶ କରିଛନ୍ତି । ସୁହାନାଙ୍କୁ ଯେବେ କେହି ପଚାରିଥିଲେ ଯେ ସେ କାହାକୁ ଡେଟ କରିବାକୁ ଚାହିଁବେ ତ ସୁହାନା ତୁରନ୍ତ ସୁହୋଙ୍କର ଗୋଟିଏ ଫଟୋ ପୋଷ୍ଟ କରି ୟାଙ୍କୁ ଡେଟ କରିବାକୁ ଇଚ୍ଛା ବୋଲି କହିଥିଲେ । ପ୍ରକାଶ ଥାଉକି, ସୁହାନା ବିଦେଶରୁ ପାଠପଢା ସାରି ଖୁବଶିଘ୍ର ବଲିଉଡରେ ଡେବ୍ୟୁ କରିବେ । ଏହାଛଡା ସୁହାନା ଭୋଗ୍ସ ମାଗାଜିନର ଫଟୋ ସୁଟ କରି ମଧ୍ୟ ପାଇଥିଲେ ଅନେକ ପ୍ରଶଂସା ।

For All Latest Updates

ABOUT THE AUTHOR

...view details