ଓଡିଶା

odisha

ETV Bharat / sitara

ଶାହରୁଖଙ୍କ ଲାଡଲୀକୁ ମିଳିଲା ଡେବ୍ୟୁ ଫିଲ୍ମ, ଲିକ ହେଲା ଫଟୋ

ସୋସିଆଲ ମିଡିଆରେ ଲିକ ହେଲା ସୁହାନାଙ୍କ ସ୍କ୍ରିନସଟ ଫଟୋ । ଫଟୋକୁ ନେଇ ଅନୁମାନ କରାଯାଉଛି ଯେ ଏହା ତାଙ୍କ ଆଗାମୀ ଫିଲ୍ମର ଫଟୋ ବୋଲି ।

By

Published : Jun 14, 2019, 2:21 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁହାନା ଖାନ

ମୁମ୍ବାଇ: ରୋମାନ୍ସ ଖାନ ଶାହରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଇଣ୍ଡଷ୍ଟ୍ରିର ସବୁଠାର ପପୁଲାର ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ପ୍ରାୟ ସବୁଦିନ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଅନ୍ୟପଟେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥାଆନ୍ତି । ଖାସ୍ କଥା ହେଲା କି ସୁହାନାଙ୍କ ଫ୍ୟାନ ଫଲୋଇଂ ମଧ୍ୟ କୌଣସି ବଲିଉଡ ଷ୍ଟାର୍ସଙ୍କ ଠାରୁ କମ ନୁହେଁ ।

ଶାହରୁଖଙ୍କ ଫ୍ୟାନ୍ସ ସବୁବେଳେ ଜାଣିବାକୁ ଚାହୁଁଛନ୍ତି କି ସୁହାନା କେବେ ଫିଲ୍ମରେ ଡେବ୍ୟୁ କରିବେ । ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । କାରଣ ଫ୍ୟାନ୍ସଙ୍କ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଶୁଣିବାକୁ ମିଳୁଛି ଯେ ସେ ଡେବ୍ୟୁ ଫିଲ୍ମ କରିବାକୁ ଯାଉଛନ୍ତି ।

ନିକଟରେ ତାଙ୍କ ଗୋଟିଏ ଫିଲ୍ମ ସିନର ଝଲକ ଲିକ ହୋଇଥିଲା । ଏହା କୌଣସି ବଲିଉଡ ଫିଲ୍ମ ନଥିଲା । କଥାଟି ହେଲା କି ସୁହାନାଙ୍କ ଏକ ଫ୍ୟାନକ୍ଲବ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରିଥିଲା । ଫଟୋରେ ସୁହାନା ଗ୍ଲାମରସ ଲୁକ ଦେଖିବାକୁ ମିଳିଥିଲା ଏବଂ ସେ ଏକ ଗାଡିରେ ବସିବା ସହ କ୍ୟାମେରକୁ ଦେଖୁଥିବାର ନଜର ଆସିଥିଲେ ।

ତାଙ୍କର ଏହି ଫଟୋ ଦେଖି ଅନୁମାନ କରାଯାଉଛି ଯେ ଏହା କୌଣସି ଭିଡିଓ ସ୍କ୍ରିନସଟରୁ ନିଆଯାଇଛି । ଏହା କେତେ ଦୂର ବାସ୍ତବ କଥା ସମୟ ଆସିଲେ ଜଣାପଡିବ ।

ABOUT THE AUTHOR

...view details