ଓଡିଶା

odisha

ETV Bharat / sitara

ତାମିଲ ଫିଲ୍ମରେ ଖଳନାୟକ ହେବେ କିଙ୍ଗଖାନ

ତାମିଲ ଫିଲ୍ମ ‘ବିଗିଲ’ରେ ଶାହାରୁଖ କରିବେ 15 ମିନିଟର କ୍ଲାଇମାକ୍ସ ସିନ । ଫିଲ୍ମରେ ଭିଲିଏନ ଚରିତ୍ରରେ ନଜର ଆସିବେ କିଙ୍ଗଖାନ । ଫିଲ୍ମରେ ଜ୍ୟାକି ଶ୍ରଫଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

By

Published : Jul 3, 2019, 11:06 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବଲିଉଡ ଅଭିନେତା ଶାହାରୁଖ ଖାନ ଖୁବ ଶୀଘ୍ର ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ବିଜୟଙ୍କ ଅଭିନିତ ଫିଲ୍ମ ‘ବିଗିଲ’ରେ ଛୋଟ ଭୂମିକାରେ ନଜର ଆସିବେ କିଙ୍ଗଖାନ । ଏଥିରେ ଶାହାରୁଖ ଭିଲିଏନ ରୋଲ କରିବେ । କେବଳ 15 ମିନିଟ ପାଇଁ ହିଁ ନଜର ଆସିବେ କିଙ୍ଗଖାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହା ଫିଲ୍ମର କ୍ଲାଇମାକ୍ସ ହେବ । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆତିଲ । ଫିଲ୍ମରେ ବିଜୟଙ୍କୁ ଦୁଇଟି ଭୁମିକାରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଛି । ବିଜୟଙ୍କ ସହ ନୟନତାରାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ବିଗିଲ’କୁ ଚଳିତ ବର୍ଷ ଦୀପାବଳିରେ ରିଲିଜ କରାଯିବ ।

ବିଜୟଙ୍କର ଆତିଲଙ୍କ ସହ ଏହା ତୃତୀୟ ଫିଲ୍ମ ।‘ଥେରୀ’ ଓ ‘ମର୍ଶାଲ’ର ବ୍ଲକବଷ୍ଟର ହେବା ପରେ ଏହି ଫିଲ୍ମ ମଧ୍ୟ ହିଟ ହେବ ବୋଲି ଆଶା କରାଯାଉଛି । ଫିଲ୍ମରେ ବିଜୟ ଜଣେ ଫୁଟବଲ କୋଚ ଥିବେ । ଫୁଟବଲ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରାୟ 6କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଫିଲ୍ମରେ ଜ୍ୟାକି ଶ୍ରଫ, କାଥିର, ୟୋଗି ବାବୁ ମଧ୍ୟ ନଜର ଆସିବେ । ଏହାସହ ମ୍ୟୁଜିକ କମ୍ପୋଜ କରିଛନ୍ତି ଏ ଆର ରେହମାନ ।

ABOUT THE AUTHOR

...view details