ଓଡିଶା

odisha

ଶାହିଦଙ୍କ ଏହି ଗୁଣ ମିରାଙ୍କୁ କରେ ବିରକ୍ତ, ଜାଣନ୍ତୁ କଣ ?

By

Published : Feb 23, 2021, 1:08 PM IST

ବଲିଉଡର ଫେମସ କପଲ ଶାହିଦ ଓ ମୀରା କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ଆସନ୍ତି । ଏଥର ଶାହିଦଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା କହିଛନ୍ତି ମୀରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ । କୌଣସି ଅଭନେତ୍ରୀଙ୍କ ଠାରୁ କମ୍ ନୁହେଁ ତାଙ୍କ ଲୋକପ୍ରିୟତା । ସେ ଯାହା ମଧ୍ୟ ସେୟାର କରନ୍ତି ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ଆଉ ଫ୍ୟାନ୍ସ ମଧ୍ୟ ଅନାଇ ବସନ୍ତି ତାଙ୍କ ପୋଷ୍ଟ ଦେଖିବାକୁ । ଶାହିଦଙ୍କୁ ବିବାହ କରିବା ପରେ ସୋସିଆଲ ମିଡିଆରେ ତାଙ୍କର ଚାହିଦା ବଢିଯାଇଛି । ଇନଷ୍ଟାଗ୍ରାମ ଷ୍ଟାଇଲ୍ ଷ୍ଟେଟମେଣ୍ଟ, ଲୋକପ୍ରିୟତା ଏବଂ ଟ୍ରେଣ୍ଡି ଜିନିଷରେ ପରିପୂର୍ଣ୍ଣ ସେ । ଅନେକ ଥର ଲାଇଭ ସେଶନ କରି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଥିବାର ନଜର ଆସନ୍ତି ସେ । ଇତିମଧ୍ୟରେ ସେ ସ୍ବାମୀଙ୍କ ଏକ ଖରାପ ଗୁଣ ବିଷୟରେ କରି ଚର୍ଚ୍ଚାରେ ।

କଥାଟି ହେଲା ଯେ ଏକ ନିକଟରେ କରିଥିବା ଏକ ଲାଇଭ ସେଶନରେ ଜଣେ ଫ୍ୟାନ୍ସ ମୀରାଙ୍କୁ ପଚାରିଥିଲେ ଯେ ଶାହିଦ ଏମିତି କେଉଁ ଗୁଣ ତାଙ୍କୁ ଖରାପ ଲାଗେ ଆଉ କଣ ଭଲ । ଏହାର ଜବାବରେ ସେ କହିଥିଲେ ଶାହିଦ ମେସେଜ କରିବା ସମୟରେ ଅଧିକାଂଶ ଟାଇପୋଜ(ଭୁଲ୍ ଟାଇପ କରିବା) କରନ୍ତି । ଯାହା ତାଙ୍କୁ ଭଲ ଲାଗେନି ।

ସେହିପରି ଶାହିଦ ଜଣେ ଭଲ ସ୍ବାମୀ । ତାଙ୍କର ସବୁ ଜିନିଷକୁ ସେ ପ୍ରେମ କରନ୍ତି । ଆଉ ଶାହିଦ ମଧ୍ୟ ତାଙ୍କୁ ସବୁବେଳେ ବୁଝନ୍ତି । ଶାହିଦ ଏହି ଗୁଣ ତାଙ୍କୁ ପସନ୍ଦ ବୋଲି ସେ ଜଣାଇଥିଲେ।

ABOUT THE AUTHOR

...view details