ଓଡିଶା

odisha

ETV Bharat / sitara

ଖୁଲମଖୁଲା ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିଲେ ଶାହିଦ

ପୁଣି ନିଜ ଏକ୍ସ ଗାର୍ଲଫ୍ରେଣ୍ଡ ବେବୋଙ୍କୁ ନେଇ ମୁହଁ ଖୋଲିଲେ ଶାହିଦ କପୁର । ସାକ୍ଷାତକାରରେ କହିଲେ କରୀନା ଓ ସୈଫ ତାଙ୍କୁ ବିବାହ ରିସେପସନ୍‌ ନିମନ୍ତ୍ରଣ କାର୍ଡ ଦେଇନଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର

By

Published : Jun 14, 2019, 2:14 AM IST

ମୁମ୍ବାଇ: କ୍ୟୁଟ ଅଭିନେତା ଶାହିଦ କପୁର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । କରୀନା କପୁର ହୁଅନ୍ତୁ କିମ୍ବା ପ୍ରିୟାଙ୍କା ଚୋପ୍ରା କେବେ ମଧ୍ୟ ଶାହିଦ ନିଜ ଏକ୍ସ ଗାର୍ଲଫ୍ରେଣ୍ଡ ବିଷୟରେ କୌଣସି ମଧ୍ୟ ସିକ୍ରେଟ ରଖିନାହାଁନ୍ତି ।

କରୀନାଙ୍କ ସହ ଦୀର୍ଘ ସମୟ ରିଲେସନଶିପରେ ରହିଲା ପରେ ଦୁଇଜଣଙ୍କ ବ୍ରେକଅପ ହୋଇଯାଇଥିଲା । ଏହାପରେ ତାଙ୍କ ଲାଇଫରେ ଆସିଥିଲେ ଦେଶୀ ଗାର୍ଲ ପ୍ରିୟଙ୍କା । ପୂର୍ବ ପରି ଏହି ସମ୍ପର୍କ ମଧ୍ୟ ତାଙ୍କର ବେଶି ଦିନ ଚାଲିନଥିଲା ।

ଅନ୍ୟପଟେ ପ୍ରିୟଙ୍କାଙ୍କ ବିବାହ ରିସେପ୍ସନ ପାର୍ଟିରେ ଶାହିଦ ନିଜ ପତ୍ନୀ ମୀରା ରାଜପୁତଙ୍କ ସହ ପହଞ୍ଚିଥିଲେ । କିନ୍ତୁ କରୀନାଙ୍କ ରିସେପ୍ସନରେ ସେ କାହିଁକି ସାମିଲ ହୋଇନଥିଲେ ତାର ଖୁଲାସା କରିଛନ୍ତି ନିଜେ ଶାହିଦ ।

ବ୍ରେକଅପ ପରେ ଶାହିଦ ଓ କରୀନା ଫିଲ୍ମ 'ଓଡତା ପଞ୍ଜାବ'ରେ ନଜର ଆସିଥିଲେ । କିନ୍ତୁ ସ୍କ୍ରିନରେ ଏକାଠି ନଜର ଆସିନଥିଲେ । ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି ସେ ପ୍ରିୟଙ୍କା ଓ ନିକ ଜୋନସଙ୍କ ରିସେପ୍ସନ ପାର୍ଟି ଆଟେଣ୍ଟ କରିଥିଲେ । କିନ୍ତୁ ତାଙ୍କୁ କଣ କରୀନା ଓ ସୈଫ ରିସେପ୍ସନରେ ଡାକିଥିଲେ କି?

ଏହାର ଜବାବରେ ଶାହିଦ କହିଥିଲେ କି କରୀନାଙ୍କ କଥା ତାଙ୍କୁ ମନେ ନାହିଁ ବହୁତ ସମୟ ବିତିଗଲାଣି । ତାଙ୍କର ଯେତେକି ମନେ ଅଛି ହୁଏତଃ ତାଙ୍କୁ ଡକାଯାଇନଥିଲା । ତେଣୁ ସେ କରୀନା ଓ ସୈଫଙ୍କ ରିସେପସନ୍‌ ପାର୍ଟିରେ ସାମିଲ ହୋଇନଥିଲେ ।

ABOUT THE AUTHOR

...view details