ଓଡିଶା

odisha

ETV Bharat / sitara

ଗୋଟିଏ ଦିନରେ 20-20 ସିଗାରେଟ ଟାଣୁଛନ୍ତି ଶାହିଦ

କିଛି ଦିନ ହେବ ଅଭିନେତା ଶାହିଦ କପୁର ନିଶାଗ୍ରସ୍ତ ଥିବାର ଶୁଣିବାକୁ ମିଳୁଛି । ସେ ଗୋଟିଏ ଦିନରେ 20-20 ସିଗାରେଟ ଟାଣୁଥିବାର କହିଛନ୍ତି । ଏହାର କାରଣ ତାଙ୍କ ଆଗାମୀ ଫିଲ୍ମ 'କବୀର ସିଂହ' ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର

By

Published : Apr 11, 2019, 10:38 PM IST

ମୁମ୍ବାଇ: କ୍ୟୁଟ ଅଭିନେତା ଶାହିଦ କପୁର ଏବେ ବହୁ ଚର୍ଚ୍ଚିତ ଫିଲ୍ମ 'କବୀର ସିଂହ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଯାହାର ଟିଜର କିଛି ଦିନ ପୂର୍ବରୁ ରିଲିଜ ହୋଇଯାଇଛି । ଫିଲ୍ମର ଟିଜରକୁ ଫ୍ୟାନ୍ସ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ପ୍ରକାଶ ଥାଉକି ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ହିନ୍ଦୀ ରିମେକ ଫିଲ୍ମ ହେଲା 'କବୀର ସିଂହ' । ଫିଲ୍ମରେ ଶାହିଦ ଜଣେ ନିଶାଗ୍ରସ୍ତ ସର୍ଜନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଥମଥର ଅଭିନେତ୍ରୀ କିୟାରା ଆଡୱାନୀ ଓ ଶାହିଦଙ୍କ ଯୋଡି ଦେଖିବେ ଦର୍ଶକ ।

ଫିଲ୍ମ ପାଇଁ ଶାହିଦ ଖୁବ୍ ପରିଶ୍ରମ ମଧ୍ୟ କରିଛନ୍ତି । ନିଜ ଲୁକ ଠାରୁ ନେଇ ନିଜ ବଡି ପୁରାପୁରି ରୂପେ ପରିବର୍ତ୍ତନ କରିଥିବାର ଦେଖାଯାଇଛନ୍ତି ଶାହିଦ । କିନ୍ତୁ ଦର୍ଶକଙ୍କୁ ଏହା ଜଣା ନାହିଁ ଫିଲ୍ମ ପାଇଁ ଶାହିଦ ନିଶାଦ୍ରବ୍ୟ ଖୁବ୍ ନେଇଥିଲେ । କାରଣ ଫିଲ୍ମରେ ତାଙ୍କ ଚରିତ୍ର ନିଶାଗ୍ରସ୍ତ ବ୍ୟକ୍ତିର ହେବାକୁ ଯାଉଛି ।

ନିକଟରେ ଶାହିଦ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ କି ସେ ସିଗାରେଟର ପ୍ରଚାର କରିବାକୁ ଆଦୌ ଭଲ ପାଆନ୍ତି ନାହିଁ । କିନ୍ତୁ ନିଜକୁ ଚରିତ୍ରରେ ବାସ୍ତବ ରୂପ ଦେବା ପାଇଁ ତାଙ୍କୁ ଫିଲ୍ମରେ ଖୁବ୍ ସିଗାରେଟ ଟାଣିବାକୁ ପଡିଥିଲା । କାରଣ ଫିଲ୍ମରେ ମୁଖ୍ୟ ଅଭିନେତାର ରୋଲ ହେଲା କ୍ରୋଧଭରା । ତେଣୁ ତାଙ୍କୁ ଏପରି ଫିଲ୍ମ ପାଇଁ କରିବାକୁ ପଡିଥିଲା ।

ସେ ଆହୁରି କହିଥିଲେ କି ଚରିତ୍ରରେ ନିଜକୁ ପୁରା ରୂପେ ଫିଟ୍ କରିବା ପାଇଁ ତାଙ୍କୁ ଗୋଟିଏ ଦିନରେ 20-20 ସିଗାରେଟ ଟାଣିବାକୁ ପଡୁଥିଲା । ଏହାପରେ ସିଗାରେଟ ଗନ୍ଧ ମିଟାଇବା ପାଇଁ ସେ ପାଖାପାଖି ଘରେ ଦୁଇ ଘଣ୍ଟା ଧରି ଗାଧୋଇଥିଲେ । କାରଣ ସିଗାରେଟ ଗନ୍ଧରେ ସେ ଛୁଆଙ୍କ ପାଖକୁ ଯାଇପାରୁନଥିଲେ ।

ପ୍ରକାଶ ଥାଉକି ତେଲୁଗୁ 'ଅର୍ଜୁନ ରେଡ୍ଡୀ'ରେ ଅଭିନେତା ବିଜୟ ଦେବରକୋଣ୍ଡା ଓ ସାଲିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଗତ ବର୍ଷ ଓପନିଂ ୱିକେଣ୍ଡରେ 'ଅର୍ଜୁନ ରେଡ୍ଡୀ' ପାଖାପାଖି 31 କୋଟି ଟଙ୍କା ଆୟ କରିଥିଲା । ଏବେ ଦେଖିବାକୁ ବାକି ରହିଲା କି ଏହାର ହିନ୍ଦୀ ଭର୍ସନ କେତେ ସଫଳ ହୋଇଛି ।

ABOUT THE AUTHOR

...view details