ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ କ୍ୟୁଟ ଅଭିନେତା ଶାହିଦ କପୁରଙ୍କ ରିଲେସନଶିପର ଚର୍ଚ୍ଚା ବଲିଉଡରେ ଖୁବ୍ ହୋଇଥିଲା । ପ୍ରିୟଙ୍କା ଓ ଶାହିଦ ଏକାଠି କିଛି ଫିଲ୍ମରେ କାମ କରିଛନ୍ତି । ଯାହାପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜାତ ହୋଇଥିଲା । ବର୍ତ୍ତମାନ ଦୁଇଜଣ ନିଜ ନିଜର ବିବାହିତ ଜୀବନରେ ବେଶ ଖୁସି ଅଛନ୍ତି । ପ୍ରାୟତଃ ପ୍ରିୟଙ୍କା ସ୍ବାମୀ ନିକ ଜୋନସଙ୍କ ସହ ନଜର ଆସୁଥିବା ବେଳେ ଶାହିଦ ମଧ୍ୟ ପତ୍ନୀ ମୀରା କପୁରଙ୍କ ସହ ଦେଖାଯାଉଛନ୍ତି । ଇତିମଧ୍ୟରେ ଶାହିଦ ପ୍ରଥମଥର ପ୍ରିୟଙ୍କାଙ୍କୁ ବିବାହିତ ଜୀବନ ଖୁସି ରଖିବାର ଟିପ୍ସ ଦେଇଛନ୍ତି ।
ଉପଦେଶ ଦେବାରେ ବ୍ୟସ୍ତ କବୀର ସିଂ
ନିକଟରେ ରିଲିଜ ହୋଇଥିବା ଶାହିଦଙ୍କ ‘କବୀର ସିଂ’ ଏବର୍ଷର ବ୍ଲକବଷ୍ଟର ଫିଲ୍ମ ସାଜିଛି । କିନ୍ତୁ ଶାହିଦ ବର୍ତ୍ତମାନ ନୂଆ ଲଭବାର୍ଡ ଓ ବିବାହିତ କଳାକାରଙ୍କୁ ଉପଦେଶ ଦେବାରେ ଲାଗିଛନ୍ତି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ନିକଟରେ ଅଭିନେତ୍ରୀ ନେହା ଧୂପିୟାଙ୍କ ଚାର୍ଟ ଶୋରେ ନଜର ଆସିଥିଲେ ଶାହିଦ । ଆଉ ଯେତେବେଳେ ତାଙ୍କୁ ପ୍ରିୟଙ୍କାଙ୍କ ପାଇଁ ରିଲେସନଶିପର ଉପଦେଶ ଦେବାକୁ କୁହାଯାଇଥିଲା । ସଙ୍ଗେ ସଙ୍ଗେ ସେ କହିଥିଲେ କି ଦୁଇଜଣଙ୍କୁ ପରସ୍ପରର ବ୍ୟାକଗ୍ରାଉଣ୍ଡକୁ ଭଲ ରୂପେ ବୁଝିବାକୁ ପଡିବ । କାରଣ ପ୍ରିୟଙ୍କା ଓ ନିକ ଭିନ୍ନ ଭିନ୍ନ ବ୍ୟାକଗ୍ରାଉଣ୍ଡର ।
ଏହା ବ୍ୟତୀତ ଶାହିଦ ନିଜ ସାନ ଭାଇ ତଥା ଅଭିନେତା ଇଶାନ ଖଟ୍ଟର ଓ ଜାହ୍ନବୀ କପୁରଙ୍କୁ ମଧ୍ୟ ପରାର୍ମଶ ଦେଇ କହିଛନ୍ତି ଯେ ନିଜ ପର୍ସନାଲ ଏବଂ ପ୍ରଫେଶନାଲ ସ୍ପେସରେ ବାଲାନ୍ସ କରି ରଖିଲେ ସବୁ ଠିକ୍ ରୂପେ ଚାଲିବ ।